fbpx

ମହିଳାଙ୍କ ମନକୁ ଆସିଲା ନୂଆ ଆଇଡିଆ, Breast Milkରୁ ପ୍ରସ୍ତୁତ କଲେ ଜୁଏଲାରୀ: ଏବେ ରୋଜଗାର କରୁଛନ୍ତି କୋଟି କୋଟି, ଜାଣନ୍ତୁ ଏହାର ପ୍ରୋସେସ୍

AAKASH

ନୂଆଦିଲ୍ଲୀ: ଆଜିକାଲିର ଯୁଗରେ କୌଣସି କାର୍ଯ୍ୟ ବି ଅସମ୍ଭବ ନୁହେଁ । ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅନେକ ମହିଳା, କମ୍ ବୟସର ଯୁବକମାନେ ବିଜିନେସ୍ କରି ରାତାରାତି କୋଟିପତି ପାଲଟି ଯାଉଥିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ତେବେ ଏପରି ଭାବେ ଜଣେ ମହିଳା ବ୍ରେଷ୍ଟ ମିଲ୍କରୁ ଜୁଏଲାରୀ ପ୍ରସ୍ତୁତ କରି କୋଟିପତି ପାଲଟି ଯାଇଛନ୍ତି ।

ଜଣାପଡ଼ିଛି ଯେ, ଲଣ୍ଡନରେ ବ୍ରେଷ୍ଟ ମିଲ୍କରୁ ଜୁଏଲାରୀ ପ୍ରସ୍ତୁତ କରି ସାଫିୟା ରିଆଦ ନାମକ ଜଣେ ମହିଳା ନିଜ ଜୀବନକୁ ବଦଳାଇ ପାରିଛନ୍ତି । ଉକ୍ତ ମହିଳାଙ୍କର ୩ଟି ସନ୍ତାନ ଅଛନ୍ତି । ତେବେ ଏହି ବିଜିନେସକୁ ଉକ୍ତ ମହିଳା ଜଣଙ୍କ ଏକ ଭିନ୍ନ ଢଙ୍ଗରେ କରିଥିଲେ । ଗତ ୨୦୧୯ରେ ସାଫିଆ ଏହି ବିଜିନେସ ବିଷୟରେ ତାଙ୍କ ପତିଙ୍କୁ କହିଥିଲେ । ଏହାପରେ ଦମ୍ପତି ମିଶି ମ୍ୟାଜେଣ୍ଟା ଫ୍ଲାୱାର୍ସ ନାମକ ଏକ କମ୍ପାନୀର ଶୁଭାରମ୍ଭ କରିଥିଲେ ।

ବର୍ତ୍ତମାନ ଏହି କମ୍ପାନୀ ଏକ ଆୱାର୍ଡ ୱିନିଂ କମ୍ପାନୀରେ ପରିଣତ ହେବା ସହ କମ୍ପାନୀକୁ ୪ ହଜାରରୁ ଅଧିକ ପୁରସ୍କାର ମିଳିସାରିଲାଣି । ଏହା ଏକ ଅସାଧାରଣ ଜୁଏଲାରୀ ହୋଇଥିବାରୁ ବ୍ରେଷ୍ଟ ମିଲ୍କ ଜୁଏଲାରୀର ଚାହିଦା ଅଧିକ ରହିଥାଏ । ଗୋଟିଏ ଜୁଏଲାରୀ ତିଆରି କରିବା ପାଇଁ ୩୦ ମିଲିଲିଟର ଦୁଧର ଆବଶ୍ୟକତା ପଡ଼ିଥାଏ । ତେବେ ମ୍ୟାଜେଣ୍ଟା ଫ୍ଲାୱାର୍ସ କମ୍ପାନୀ ଆସନ୍ତା ବର୍ଷ ସୁଦ୍ଧା ୧୫ କୋଟି ଟଙ୍କାର ବିଜିନେସ କରିବାର ଲକ୍ଷ୍ୟ ରଖିଛି । ଏହି ବ୍ୟବସାୟୀ ଆଶାତୀତ ଲାଭ ମିଳୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.