fbpx
BSKY
BJD YOUTH SKY
BJD MS SKY

ମାରତ୍ମକ ପ୍ରେମ! ଶାଳୀ-ଭିଣୋଇ ପ୍ରେମରେ ବାଧକ ସାଜୁଥିଲା ସ୍ୱାମୀ, ଗଳା ଚିପି ମାରିଦେଲେ

ୟୁପି: ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଶାଳୀ-ଭିଣୋଇ ପ୍ରେମ ସମ୍ପର୍କରେ ବଳି ପଡିଛି ସ୍ୱାମୀ । ପ୍ରେମ ଯୋଗୁଁ ଭିଣୋଇ ସହିତ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି ଶାଳୀ । ହତ୍ୟା ଷଡ଼ଯନ୍ତ୍ରକୁ ସଫଳ କରିବାକୁ ସେ ପ୍ରଥମେ ନିଜ ସ୍ୱାମୀକୁ ବିୟର ପିଆଇଥିଲେ । ଏହା ପରେ ସ୍ତ୍ରୀ ହୋଇ ନିଜ ହାତରେ ସ୍ୱାମୀର ଗଳା ଚିପି ହତ୍ୟା କରିଥିଲେ । ଅନ୍ୟପଟେ ପୋଲିସ ଏହି ଘଟଣାରେ ମୃତକଙ୍କ ପତ୍ନୀ ଓ ତାଙ୍କ ଭିଣୋଇଙ୍କୁ ଗିରଫ କରିଛି ।
ତେବେ ଆସନ୍ତୁ ଜାଣିବା କ’ଣ ଥିଲା ମାମଲା…

ଏସପି ଗ୍ରାମୀଣ ଅଶୋକ କୁମାର କହିଛନ୍ତି ଯେ, ମାର୍ଚ୍ଚ ୨୩ ରେ ରୁପେଇଡିହ ଅଞ୍ଚଳରେ ଥିବା ଆମା ପୋଖର ନିକଟ ଡ୍ରେନରୁ ଏକ ଅଖା ମିଳିଥିଲା, ଯେଉଁଥିରେ ଯୁବକଙ୍କ ମୃତଦେହ ଜବତ ହୋଇଥିଲା । ମୃତଦେହ ଅନଟଡିହା ଗ୍ରାମରେ ରହୁଥିବା କାଲିମ ଖାନଙ୍କର ବୋଲି ଜଣାପଡିଥିଲା । ଏହି ଘଟଣାର ଛାନଭିନରେ ଲାଗିଥିଲେ ସିଓ ଏବଂ ରୁପେଇଡିହ ପୋଲିସ । ପୋଲିସ ଯେତେବେଳେ ମୃତକଙ୍କ ପତ୍ନୀଙ୍କୁ ପଚରାଉଚରା କଲା, ସେବେ ମାମଲାର ଖୁଲାସା ହେଲା ।

ମୃତଙ୍କ ପତ୍ନୀ ଶବନମ କହିଥିଲେ ଯେ, ସେ ତାଙ୍କ ଭିଣୋଇ କଲାମଙ୍କୁ ପ୍ରେମ କରନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । ଅଭିଯୁକ୍ତ ଶବନମଙ୍କ ସ୍ୱାମୀ କଲିମ ଖାନ ଭିଣୋଇ ଓ ଶାଳୀଙ୍କ ମଧ୍ୟରେ ଚାଲିଥିବା ପ୍ରେମରେ ବାଧା ସାଜୁଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ସେ ଶବନମଙ୍କୁ ମାଡ ମାରିବା ସହ ନିର୍ଯାତନା ଦେଉଥିଲେ । ଏହା ପରେ ଶାଳୀ ନିଜ ଭିଣୋଇ ସହ ମିଶି ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ମାର୍ଚ୍ଚ ୧୫ ରେ ଉଭୟ ଏକ ଯୋଜନା ପ୍ରସ୍ତୁତ କରି ତାଙ୍କୁ ୬ ବୋତଲ ବିୟର ପିଆଇଥିଲେ । ଅଧିକ ନିଶା ହୋଇଯିବାରୁ ତାଙ୍କୁ ନାଳ ପାଖକୁ ନେଇ କଳା ଚିପି ହତ୍ୟା କରିଥିଲେ ଓ ଏକ ଅଖାରେ ପୂରାଇ ଫିଙ୍ଗିଦେଇଥିଲେ । ପୋଲିସ ଦୁହିଁଙ୍କୁ ଗିରଫ କରିବା ପରେ ଜେଲକୁ ପଠାଇଛି ।

Get real time updates directly on you device, subscribe now.