fbpx

ଚିତ୍କାର କରୁଥିଲେ ମହିଳା, ଶାଢ଼ି ଟାଣୁଥିଲେ ଦୁର୍ବୃତ୍ତ…. ଭିଡିଓ ଭାଇରାଲ

ଛପରା: ବିହାରରେ ମହିଳାଙ୍କ ସହ ଦୁର୍ବ୍ୟବହାର ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଛପରାରେ ମହିଳାଙ୍କ ସହିତ ନିର୍ଯ୍ୟାତନାର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବାଇକ ପଛରେ ବସିଥିବା ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ମହିଳାଙ୍କ ପ୍ରାଇଭେଟ୍ ପାର୍ଟକୁ କିଛି ଲୋକ ଟଚ୍ କରୁଥିଲେ । ଭୟରେ ଥିବା ମହିଳା ନିଜକୁ ଶାଢ଼ିରେ ଘୋଡାଇବାର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଟ୍ୱିଟରରେ ନରେନ୍ଦ୍ର ନାଥ ମିଶ୍ର ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ସେ କହିଛନ୍ତି ।

ଏଭଳି ଏକ ଲଜ୍ଜାଜନକ ଭିଡିଓ ବିହାରର ଦରିୟାପୁର ରେଳ କାରଖାନାର ଦରିହରା ସରୈୟା ଯିବା ରାସ୍ତାର ବୋଲି ଜଣାପଡିଛି । କିଛି ଲୋକେ ମହିଳାଙ୍କୁ ଅଶ୍ଲୀଳ ନଜରରେ ଦେଖିବା ସହିତ ତାଙ୍କୁ ଟାଣିବା ପାଇଁ ପ୍ରୟାସ କରିଥିଲେ । ଅଶ୍ଲୀଳ ବ୍ୟବହାର କରୁଥିବା ଲୋକଙ୍କ କବଳରୁ ବଞ୍ଚିବା ପାଇଁ ମହିଳା ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ବାଇକ୍ ଚଳାଉଥିବା ବ୍ୟକ୍ତି ଦ୍ରୁତ ଗତିରେ ପଳାଇବାର ପ୍ରୟାସ କରୁଥିଲେ, କିନ୍ତୁ ଦୁର୍ବୃତ୍ତମାନେ ମହିଳାଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ । ଏଭଳି ଘଟଣାର ଭିଡିଓ ଭାଇରାଲ ହେବା ପରେ ନିତିଶ ସରକାରଙ୍କ ଉପରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.