fbpx

(Video) ୬୦ ଯବାନଙ୍କୁ ମାରିଥିଲା ଏହି ଦୁର୍ଦ୍ଦାନ୍ତ ମହିଳା ନକ୍ସଲ: ମାଓ ରାଣୀକୁ ନିପାତ କରିଦେଲେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ୬୦ ଜଣ ଯବାନଙ୍କୁ ମାରିଥିବା ଦୁର୍ଦ୍ଦାନ୍ତ ମହିଳା ନକ୍ସଲର ଅନ୍ତ ଘଟିଛି । ମାଓ ରାଣୀ ନକ୍ସଲ ସାମ୍ରାଜ୍ୟର ମୁଖିଆ ଉର୍ମିଳା ଓରଫ ନିତିର ସବୁ ଖେଳ ସରିଯାଇଛି । ଯେଉଁ ନିତିକୁ ଧରିବାକୁ ଛତିଶଗଡ଼ ପୋଲିସ ଆଖିରୁ ନିଦ ହଜିଯାଇଥିଲା, ଯିଏ ବାରମ୍ବାର ପୋଲିସକୁ ଚକମା ଦେଇ ଖସିଯାଉଥିଲା, ଆଜି ସେ ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଗଲା । ମହିଳା କମାଣ୍ଡୋମାନେ ଏହି ନକ୍ସଲ ରାଣୀକୁ ଗୋଡ଼େଇ ଗୋଡ଼େଇ ନିପାତ କରିବାରେ ସକ୍ଷମ ହୋଇଛନ୍ତି ।

ମହିଳା ନକ୍ସଲ ନିତିର ମୁଣ୍ଡ ଉପରେ ଥିବା ୨୫ ଲକ୍ଷ ଟଙ୍କାର ଇନାମ । ଯେତେ ରଣନୀତି ପ୍ରସ୍ତୁତ କଲେ ମଧ୍ୟ ସବୁ ସମୟରେ ନିତି ପୋଲିସକୁ ଚକମା ଦେଇ ଖସିଯାଉଥିଲା । ମାତ୍ର ଏଥର ନିତି ନିଜ ବ୍ୟୁହରେ ନିଜେ ଫସିଥିଲା ଆଉ ସବୁଦିନ ପାଇଁ ତା’ର ଅନ୍ତ ଘଟିଥିଲା । ଯେଉଁ ଉପାୟରେ ସେ ଯବାନମାନଙ୍କ ମୁଣ୍ଡ ଉଡ଼ାଇଥିଲା ଆଜି ସେହି ଜାଲରେ ନିଜେ ଫସିଗଲା । ଅମାବାସ୍ୟା ରାତିରେ ଯବାନମାନଙ୍କ ବ୍ୟୁହରେ ନିତି ଫସିଯାଇଥିଲା । ନିତି ଯେମିତି ଜଣଙ୍କ ପରେ ଜଣେ ଯବାନଙ୍କ ଜୀବନ ନେଉଥିଲା ଠିକ୍ ସେହିଭଳି ଯବାନମାନେ ଜଣଙ୍କ ପରେ ଜଣେ ନକ୍ସଲର ଜୀବନ ନେଇଥିଲେ । ମହିଳା ଯବାନଙ୍କ ଉଗ୍ରରୂପ ଦେଖି ନକ୍ସଲମାନେ ଛତ୍ରଭଙ୍ଗ ଦେବାରେ ଲାଗିଥିଲେ ଓ ଶେଷରେ ନକ୍ସଲମାନେ ହାର ମାନିଥିଲେ । ଜଣଙ୍କ ପରେ ଜଣେ ନକ୍ସଲ ଯବାନଙ୍କ ଗୁଳିରେ ପ୍ରାଣ ହରାଇବା ପରେ ଶେଷରେ ନିତିର ପାଳି ପଡ଼ିଥିଲା । ଯେଉଁ ନିତିର ନାଁ ଶୁଣିଲେ ସାରା ଜଙ୍ଗଲରେ କୋକୁଆ ଭୟ ସୃଷ୍ଟି ହେଉଥିଲା ଆଜି ସେହି ନିତି ସବୁଦିନ ପାଇଁ ଶୋଇ ଯାଇଛି ।

Get real time updates directly on you device, subscribe now.