fbpx

ପୂର୍ବରୁ ଥିଲେ ୬ଟି ସନ୍ତାନ, ଏବେ ପୁଣି ୧୩ ଜଣଙ୍କୁ ଜନ୍ମଦେବେ ମହିଳା: ପରିବାର କେମିତି ଚଳିବ, ସ୍ୱାମୀ ଚିନ୍ତାରେ

ନୂଆଦିଲ୍ଲୀ: ସାଧାରଣ ଭାବେ ଜଣେ ମହିଳା ଗୋଟିଏ ବା ଦୁଇଟି ଛୁଆକୁ ଏକସଙ୍ଗେ ଜନ୍ମ ନେବାର ଆପଣମାନେ ଶୁଣିଥିବେ । ଏହି ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଶିଶୁଙ୍କୁ ଜନ୍ମଦେଲେ ଉକ୍ତ ମହିଳାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥାଏ । ତେବେ ୬ଟି ସନ୍ତାନର ମାତୃତ୍ୱ ଲାଭ କରିଥିବା ଜଣେ ମହିଳା ଏବେ ଚର୍ଚ୍ଚାରେ ରହିଛନ୍ତି । ଉକ୍ତ ମହିଳା ଏବେ ଏକ ସଙ୍ଗେ ୧୩ଟି ଶିଶୁଙ୍କୁ ଜନ୍ମ ଦେବାକୁ ଯାଉଥିବା କୁହାଯାଉଛି । ତେବେ ଏ ଘଟଣାଟି ପ୍ରଘଟିତ ହେବା ପରେ ମହିଳାଙ୍କ ପରିବାର ପାଇଁ ଅର୍ଥ ଦାନ ପାଇଁ ଦାବି କରାଯାଇଛି ।

ଏଭଳି ଏକ ଘଟଣା ମେକ୍ସିକୋର ଇକ୍ସଟାପଲୁକାରୁ ଆସିଛି । ଫାୟରମ୍ୟାନ ଏଣ୍ଟୋନିଓ ସୋରିୟାନୋ ନାମକ ଜଣେ ପୁରୁଷ ୬ ଜଣ ଶିଶୁଙ୍କ ବାପ ଅଟନ୍ତି । ତାଙ୍କ ପତ୍ନୀ ମାରିତଜା ହର୍ଣ୍ଣାଣ୍ଡେଜ ମେଣ୍ଡେଜ ପୂର୍ବରୁ ଥରେ ଯାଁଆଳା ଓ ଆଉ ଥରେ ତିନୋଟି ଶିଶୁଙ୍କୁ ଜନ୍ମ ଦେଇଥିଲେ । ତେବେ ମେଣ୍ଡେଜଙ୍କ ଗର୍ଭରେ ୧୩ ଜଣ ଶିଶୁ ବଢ଼ୁଥିବା ଏକ ରିପୋର୍ଟରେ କୁହାଯାଇଛି ।

ଏହି ଖବର ଜାଣିବା ପରେ ସ୍ଥାନୀୟ କାଉନସିଲର ଆଗେଇ ଆସିଛନ୍ତି । ମେଣ୍ଡେଜଙ୍କ ପରିବାରର ଖର୍ଚ୍ଚ ଉଠାଇବା ପାଇଁ ଲୋକମାନେ ଅର୍ଥ ଦାନ କରିବାକୁ ସେ ନିବେଦନ କରିଛନ୍ତି । ଏତେ ସଂଖ୍ୟକ ଶିଶୁଙ୍କ ଡେଲିଭରୀ ଏକ ରିସ୍କ କାର୍ଯ୍ୟ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ମେଣ୍ଡେଜଙ୍କ ଗର୍ଭରେ ବଢ଼ୁଥିବା ୧୩ ଜଣ ଶିଶୁ ଠିକ୍ ଥିବା ଡାକ୍ତରମାନେ କହିଛନ୍ତି ।

Get real time updates directly on you device, subscribe now.