fbpx

ଜେଲ ଭିତରେ ମହିଳା କଏଦୀଙ୍କ ଆତ୍ମହତ୍ୟା: ଝାରପଡା କାରାଗାରରେ ଥିଲେ ସୁକାନ୍ତି

ଭୁବନେଶ୍ୱର: ଆଜି ମୃତ୍ୟୁବରଣ କରିଛନ୍ତି ଝାରପଡା ଜେଲର ଜଣେ ମହିଳା କଏଦୀ । ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀ ସୁକାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ୨୦୧୩ ମସିହାରୁ ଜେଲରେ ବନ୍ଦୀ ରହିଥିବା ବେଳେ ସୁକାନ୍ତିଙ୍କର ମାନସିକ ବିକୃତି ଥିବା ସୂଚନା ମିଳିଛି । ତେବେ ହାଜତ ମୃତ୍ୟୁ ଗାଇଡଲାଇନ ଅନୁସାରେ, ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ହତ୍ୟା ମାମଲାରେ ଗିରଫ ମହିଳା ସୁକାନ୍ତି ଝାରପଡା ଜେଲରେ ବନ୍ଦୀ ଭାବରେ ରହିଥିଲେ । ତେବେ ତାଙ୍କର ମାସିକ ବିକୃତି ଥିବା ମଧ୍ୟ ସୂଚନା ମିଳିଛି । କିଛି ଦିନ ତଳେ ଜେଲ ଭିତରେ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ତେଣୁ ଏହାପରେ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଯାଲରେ ସୁକାନ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁ ଘଟଣାରେ ହାଜତ ମୃତ୍ୟୁ ଗାଇଡଲାଇନ ଅନୁସାରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.