fbpx
BJD SKY
BJD SKY

Video: ଯୌତୁକ ମାଗିବାରୁ ବୁଲଡୋଜର ସହ ଶାଶୂଘରେ ଏଣ୍ଟ୍ରି ମାରିଲା ବୋହୂ, କହିଲା -‘କବାଟ ଖୋଲ ନହେଲେ …’

BJD

ୟୁପି: ଶାଶୁଘରେ ଏଣ୍ଟ୍ରି ପାଇଁ ବୁଲଡୋଜରର ସାହାରା ନେଲା ବୋହୂ । ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ହାଲଦାଉର ପୋଲିସ ଷ୍ଟେସନର ହରିନାଗରରେ ଜଣେ ବୋହୂ ବୁଲଡୋଜର ସାହାଯ୍ୟରେ ନିଜ ଶାଶୂଘରେ ପହଂଚିଥିଲେ, ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୫ ବର୍ଷ ପୂର୍ବେ ମହିଳାଙ୍କ ଶାଶୁ ତାଙ୍କୁ ଘରୁ ବାହାର କରିଦେଇଥିଲେ । ତା’ପରେ ମହିଳା ହାଇକୋର୍ଟରେ ଆଶ୍ରୟ ନେଇଥିଲେ ଏବଂ ଦୀର୍ଘ ଲଢ଼େଇ ପରେ ମହିଳାଙ୍କୁ କୋର୍ଟରୁ ନ୍ୟାୟ ମିଳିଥିଲା ।

କିନ୍ତୁ ଶାଶୂଘର ଲୋକେ ମହିଳାଙ୍କୁ ଘର ଭିତରକୁ ଯିବାକୁ ଦେଇନଥିଲେ । ଏହା ପରେ ସେ ପୋଲିସ ଅଧିକାରୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଖାଇଥିଲେ ଓ ମହିଳାଙ୍କ ସହ ସମସ୍ତ ଅଧିକାରୀ ବୁଲଡୋଜର ନେଇ ତାଙ୍କ ଶାଶୁ ଘରକୁ ଯାଇଥିଲେ । ବୁଲଡୋଜର ଦେଖି ଶାଶୂଘର ଲୋକେ ଡରିଯାଇ ଘରର କବାଟ ଖୋଲିଦେଇଥିଲେ ।

ଏହି ଘଟଣା ପୋଲିସ୍ ଷ୍ଟେସନର କୋତୱାଲି ଅଞ୍ଚଳର ବୋଲି ଜଣାପଡିଛି । ଧୋକଲପୁର ବାସିନ୍ଦା ଓକିଲ ଶେର ସିଂ ତାଙ୍କ ଝିଅକୁ ପ୍ରାୟ ୫ ବର୍ଷ ପୂର୍ବେ ହଲଦୌର ପୋଲିସ ଷ୍ଟେସନ ଅଞ୍ଚଳର ମୋହଲ୍ଲା ହରିନାଗରର ଦେବେନ୍ଦ୍ର ସିଂଙ୍କ ପୁଅ ରବିନଙ୍କ ସହ ବିବାହ କରିଥିଲେ । ବିବାହର କିଛି ଦିନ ପରେ, ଶାଶୁଘରଲୋକେ ଯୌତୁକ ଦାବି କରିଥିଲେ । କେବଳ ଏତିକି ନୁହେଁ, ମାରପିଟ ମଧ୍ୟ ଆରମ୍ଭ କରିଥିଲେ । କିଛି ଦିନ ପରେ ଶାଶୂଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲେ ।

୨୩ଜୁନ୍ ୨୦୧୯ ରେ ପୀଡିତା ନୂତନଙ୍କ ପିତା ଥାନାରେ ସ୍ୱାମୀ ରବିନଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହା ପରେ ଶାଶୂଘରଲୋକେ ବୋହୂକୁ ଘରୁ ବାହାର କରି ଥିଲେ । ଏହା ପରେ ପୀଡିତା ମହିଳାଙ୍କ ପିତା ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଅନେକ ଦିନ ଲଢ଼େଇ ପରେ ଆହ୍ଲାବାଦ ହାଇକୋର୍ଟ ନୁତନଙ୍କୁ ତାଙ୍କ ଶାଶୂଘରେ ପ୍ରବେଶ ଓ ସୁରକ୍ଷା ଦେବାକୁ ବିଜନୌର ଡିଏମ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହଳ ପରେ ଅନେକ ଅଫିସରଙ୍କୁ ସାଙ୍ଗରେ ନେଇ ବୋହୂ ନିଜ ଶାଊଘରେ ପହଞ୍ଚିଥିଲେ । ଏହା ପରେ ବି ଶାଶୂଘର ଲୋକେ କବାଟ ନଖୋଲିବାରୁ ବୁଲଡୋଜରର ସାହାର ନେଇଥିଲେ ବୋହୂ । ବୁଲଡୋଜରକୁ ଦେଖିବା ମାତ୍ରେ ଶାଶୂଘର ଲୋକେ ଛାନିଆ ହୋଇପଡ଼ିଥିଲେ ଓ ସଙ୍ଗେ ସଙ୍ଗେ କବାଟ ଖୋଲିଦେଇଥିଲେ ।

Get real time updates directly on you device, subscribe now.