fbpx

କୁମ୍ଭୀରକୁ ଚପଲ ଦେଖାଇ ଡରେଇ ଦେଲେ ମହିଳା; ଦେଖନ୍ତୁ Viral ଭିଡିଓ

ନୂଆଦିଲ୍ଳୀ: ଗୋଟିଏ କୁମ୍ଭୀରକୁ ଡରାଇ ଦେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର କେବଳ ନିଜ ଚପଲ ସାହାଯ୍ୟରେ ମହିଳା ଜଣଙ୍କ ଏକ କୁମ୍ଭୀରକୁ ଘଉଡାଇ ଦେଇଛନ୍ତି । ପୂର୍ବତନ ଏନବିଏ ଖେଳାଳି ରେକ୍ସ ଚାପମାନ ଏହି ଭିଡିଓଟିକୁ ନିଜର ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିଥିଲେ । ଭିଡିଓଟିକୁ ୧.୫ମିଲୟନ ଲୋକ ଦେଖିଥିବା ବେଳେ ଏହା ବେଶ ଭାଇରାଲ ହୋଇଥିଲା ।

ଅଷ୍ଟ୍ରେଲିଆର ଏହି ମହିଳା ଜଣଙ୍କ ନଦୀ କୂଳରେ ନିଜ କୁକୁର ସହିତ ଘୁରି ବୁଲୁଥିଲେ । ଏହି ସମୟରେ ଦୁଇଟି କୁମ୍ଭୀର ଆସନ୍ତି । ଗୋଟିଏ କୁମ୍ଭୀର କୁକୁର ଛୁଆକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମହିଳା ଜଣଙ୍କ ନିଜ ପାଦରୁ ଚପଲ ଖୋଲିଥିଲେ । ଚପଲ କୁମ୍ଭୀର ଆଡକୁ ଉଠିବା ମାତ୍ରକେ ଏହା ଘଟଣାସ୍ଥଳରୁ ପଳାଇ ଯାଇଥିଲା । ତେବେ ଏହି ଘଟଣାଟି ୨୦୧୬ ମସିହାର । ଅଷ୍ଟ୍ରେଲିଆରେ ଥିବା କାକାଡୁ ନ୍ୟାସନାଲ ପାର୍କରେ ଏହି ଘଟଣା ଘଟିଥିଲା । ଲୁଣ୍ଡନ ଆନଲେଜର୍କ ଏହି ଭିଡିଓଟିକୁ ଶୁଟ କରିଥିବା ବେଳେ ମହିଳାଙ୍କ ଦୁଃସାହସ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦେଖନ୍ତୁ ଭିଡିଓ……

Get real time updates directly on you device, subscribe now.