fbpx
BSKY
BJD MC SKY
BJD YOUTH SKY

୨୩୦ ଫୁଟ ଗଭୀର ଗୁମ୍ଫାରେ ୫୦୦ ଦିନର ରହଣି: ନା ଥିଲେ ପରିବାର ନା ଥିଲେ ବନ୍ଧୁବାନ୍ଧବ, ଦେଢ଼ବର୍ଷ ପରେ ବି ମହିଳା ଜୀବିତ

ନୂଆଦିଲ୍ଲୀ: ମଣିଷ ଉପରେ ବୈଜ୍ଞାନିକମାନେ ସର୍ବଦା ରିସର୍ଚ୍ଚ କରିଥାନ୍ତି । ଏହି ରିସର୍ଚ୍ଚରୁ ମଣିଷର ଖାଦ୍ୟପେୟ, ମାନସିକ ସ୍ଥିତି, ରୋଗ, ପରିବେଶ ସହ ଜଡ଼ିତ ଅନ୍ୟ ବିଷୟକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ମଣିଷ ଉପରେ ଗବେଷଣା କରିବା ପାଇଁ ଜଣେ ମହିଳା ଏକ ନିଜ ଜୀବନକୁ ସଙ୍କଟରେ ପକାଇବାକୁ ପଛାଇନଥିଲେ । ସେଥିପାଇଁ ସେ ଏକ ଗଭୀର ଗୁମ୍ଫାରେ ଦେଢ଼ ବର୍ଷ ଧରି ବିନା ସ୍ନାନରେ ରହିଥିଲେ । ଏହି ଦୀର୍ଘ ସମୟ ଧରି ଗୁମ୍ଫା ମଧ୍ୟରେ ବିତାଇବା ପରେ ସେ ଯେତେବେଳେ ବାହାରକୁ ଆସିଥିଲେ ସେତେବେଳେ ତାଙ୍କ ପାଇଁ ଏ ଦୁନିଆଟା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା ।

ସୂଚନା ମୁତାବକ, ସ୍ପେନର ଜଣେ ମହିଳା ବିଟ୍ରିଜ ଫ୍ଲାମିନୀ ଗବେଷଣା କରିବା ପାଇଁ ଏକ ନିକାଞ୍ଚନ ଗୁମ୍ଫାରେ ରହିଥିଲେ । ଏହି ଗୁମ୍ଫାର ଗଭୀରତା ୨୩୦ ଫୁଟ ହୋଇଥିବା ବେଳେ ସେ ସେଠାରେ ୫୦୦ ଦିନ ପର୍ଯ୍ୟନ୍ତ ବିନା ଗାଧୁଆରେ ରହିଥିଲେ । ୨୦୨୧ ନଭେମ୍ବର ମାସ ୨୦ରୁ ୨୦୨୩ ଏପ୍ରିଲ ମାସ ୧୪ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ଏକୁଟିଆ ରହିଥିଲେ । ତେବେ ମହିଳା ଜଣଙ୍କ ଗୁମ୍ଫାରୁ ବାହାରିବା ସମୟର ଭିଡିଓ ସାମ୍ନାକୁ ଆସିଥିଲା । ଏହି ସମୟରେ ସେ ନିଜର ପରିବାର, ବନ୍ଧୁ, ପରିଜନଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଗୁମ୍ଫାରେ ରହିବା ସମୟର ସେ ୧ ହଜାର ଲିଟର ପାଣି ପିଇଥିଲେ । ସହାୟତା ପାଇଁ ତାଙ୍କ ଉପରେ ଏକ ଟିମ୍ ପ୍ରତି ମୁହୂର୍ତ୍ତରେ ନଜର ରଖିଥିଲା ।

ତେବେ ଏହି ଗୁମ୍ଫାରେ ରହିବାକୁ ବିଟ୍ରିଜ ଯେଉଁ ସମୟରେ ନିଷ୍ପତ୍ତି ନେଇଥିଲେ ସେତେବେଳେ ବ୍ରିଟେର ରାଣୀ ଏଲିଜାବେଥ ଦ୍ୱିତୀୟ ଜୀବିତ ଥିଲେ । ଏପରିକି ସେ ସମୟରେ ରୁଷ-ୟୁକ୍ରେନ ଯୁଦ୍ଧ ବି ଆରମ୍ଭ ହୋଇ ନଥିଲା । ଚାରିଆଡ଼େ କରୋନାର କହର ମଚିଯାଇଥିଲା । ତେବେ ଏବେ ଗୁମ୍ଫାରୁ ବାହାରିବା ପରେ ବ୍ରିଟିଜ ପରିବର୍ତ୍ତିତ ଦୁନିଆକୁ ଦେଖି ଭାବନା ରାଇଜରେ ମଗ୍ନ ହୋଇଯାଇଥିଲେ ।

ତେବେ ବିଟ୍ରିଜ ଏହି ଗୁମ୍ଫାରେ ରହିବା ପଛରେ ଏକ ବଡ଼ ଉଦ୍ଦେଶ୍ୟ ରହିଥିଲା । ୪୮ ବର୍ଷ ବୟସ ହୋଇଥିବା ବେଳେ ବିଟ୍ରିଜ ଏହି ନିଷ୍ପତ୍ତି ନେଇଥିଲେ । କିଛି ମନେବିଜ୍ଞାନୀ, ଗବେଷକ, ଗୁମ୍ଫା ରିସର୍ଚ୍ଚକାରୀ ଏକତ୍ରିତ ହୋଇ ଏକ ଗବେଷଣା ଚଳାଇଥିଲେ । ମଣିଷର ଶରୀର ଓ ବ୍ରେନର କ୍ଷମତା ବିଷୟରେ ସେମାନେ ଜାଣିବାକୁ ଚାହୁଁଥିଲେ । ଗୁମ୍ଫା, ଜଙ୍ଗଲ ପରି ଶୁନଶାନ ସ୍ଥାନରେ ଏକୁଟିଆ ରହିବା ଫଳରେ ମଣିଷର ଶରୀର ଓ ସ୍ୱଭାବରେ କ’ଣ ପରିବର୍ତ୍ତନ ଘଟୁଛି ତାହା ରିସର୍ଚ୍ଚ ମାଧ୍ୟମରେ ସନ୍ଧାନ କରାଯାଇଥିଲା । ବିଟ୍ରିଜ ଗୁମ୍ଫାରେ ରହିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଏବେ ତାଙ୍କର ଶରୀରକୁ ପରୀକ୍ଷା କରିବା ପରେ ଫଳାଫଳ ଜଣାପଡ଼ିବ ।

Get real time updates directly on you device, subscribe now.