fbpx
BSKY
BJD YOUTH SKY
BJD MS SKY

‘ଏଇ ଚୋରଟା ଗରିବଙ୍କର ଧନ ଲୁଟି ଏସି କାରରେ ବୁଲୁଛି’, ପାର୍ଥଙ୍କ ଉପରକୁ ମହିଳାଙ୍କ ଚପଲ ମାଡ଼

ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଘୋଟାଲାରେ ଫସି ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କୁ ନିଜର ସ୍ୱଅର୍ଜିତ କର୍ମ ପାଇଁ ହୀନସ୍ତା ହେବାକୁ ପଡ଼ିଛି । ଜଣେ ମହିଳା କ୍ୟାଶ କିଙ୍ଗ ପାର୍ଥଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି । ପାର୍ଥଙ୍କୁ ଇଏସଆଇ ହସ୍ପିଟାଲକୁ ଚେକ୍ ଅପ୍ ପାଇଁ ନିଆଯାଉଥିବା ବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେବେ ମହିଳା ଜଣଙ୍କ ଫୋପାଡ଼ିଥିବା ଜୋତା ପାର୍ଥଙ୍କ ଦେହରେ ବାଜି ନଥିଲା । ଉକ୍ତ ମହିଳାଙ୍କ ନାମ ଶୁଭ୍ରା ଘର୍ଭୀ ହୋଇଥିବା ବେଳେ ଜୋତା ଯଦି ପାର୍ଥଙ୍କ ମୁଣ୍ଡରେ ବାଜିଥାନ୍ତା ତେବେ ସେ ଶାନ୍ତି ପାଇଥାନ୍ତେ ବୋଲି ସେ କହିଛନ୍ତି । ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି ।

ପାର୍ଥଙ୍କ ଘରେ ଚଢ଼ାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାହାଡ଼ ପରି ଟଙ୍କା ବିଡ଼ା ଜବତ କରିଥିଲା । ତେବେ ଉକ୍ତ ଅର୍ଥ ତାଙ୍କର ନୁହେଁ ବୋଲି ଗତ ରବିବାର ଦିନ ପାର୍ଥ କହିଥିଲେ । ଏଥି ସହିତ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା ସେ ଅଭିଯୋଗ କରିଥିଲେ । ଉକ୍ତ ଅର୍ଥ ତାଙ୍କର ସହଯୋଗୀ ଅଭିନେତ୍ରୀ ଅର୍ପିତା ଚାଟର୍ଜୀଙ୍କର ବୋଲି ପାର୍ଥ ଏହା ପୂର୍ବରୁ କହିଥିଲେ । ତେବେ ଜବତ ଅର୍ଥ ପ୍ରକୃତରେ କାହାର ସେନେଇ କେନ୍ଦ୍ରୀୟ ଏଜେନ୍ସି ଏବେ ଦ୍ୱନ୍ଦ୍ୱରେ ରହିଛି ।

କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ସରକାରୀ ପ୍ରାୟୋଜିତ ଓ ସହାୟତା ପ୍ରାପ୍ତ ସ୍କୁଲରେ ଶିକ୍ଷକଙ୍କ ଭର୍ତ୍ତି ନେଇ ଅନିୟମିତତାର ଯାଞ୍ଚ କରୁଛି । ଇଡି ଏହି ମାମଲାର ମନି ଟ୍ରେଲର ଯାଞ୍ଚ କରୁଛି । ସିବିଆଇ ପାର୍ଥଙ୍କ ୧୭ଟି ସ୍ଥାନରେ ରେଡ୍ ମାରି ସାରିଛି । ଏକ ଡଜନରୁ ଅଧିକ ସ୍ଥାନରେ ପୁଣି ଆଗକୁ ରେଡ୍ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ପ୍ରଥମ ରେଡରେ ଅର୍ପିତାଙ୍କ ଘରୁ ୨୨ କୋଟିର କ୍ୟାଶ, ୭୦ ଲକ୍ଷର ସୁନା ଜବତ ହୋଇଥିବା ବେଳେ ଦ୍ୱିତୀୟ ରେଡରେ ୨୮ କୋଟିର କ୍ୟାଶ, ୪ କୋଟିର ସୁନା ଜବତ ହୋଇଥିଲା ।

Get real time updates directly on you device, subscribe now.