fbpx

ରେକର୍ଡ ଭାଙ୍ଗିଲା UPI Transactions! ଜୁଲାଇ ମାସରେ ଏତିକି ଲୋକ କରିଛନ୍ତି ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଭାରତ ଏବେ ଡିଜିଟାଲ ହେବାରେ ଲାଗିଛି । ଧିରେ ଧିରେ କ୍ୟାସଲେସ ହେଉଛନ୍ତି ଦେଶର ସଚେତନ ନାଗରିକ । ଏହାରି ମଧ୍ୟରେ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ UPIରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ଜୁଲାଇ ମାସରେ ଦେଶର ମୋଟ ଡିଜିଟାଲ ମାଧ୍ୟମରେ ୬ ଆରବ ଟ୍ରାଞ୍ଜାକ୍ସନ ହୋଇଥିବା ଜଣାଯାଇଛି । ଯାହା ଏକ ବିଶାଳ ରେକର୍ଡ ସୃଷ୍ଟି କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଜୁଲାଇ ମାସରେ ୟୁପିଆଇ ଟ୍ରାଞ୍ଜାକ୍ସନରେ ଦେଶ ରେକର୍ଡ ସୃଷ୍ଟି କରିଛି । ଦେଶରେ ଗତ ମାସରେ ମୋଟ ୬ ଆରବ ଟ୍ରାଞ୍ଜାକ୍ସନ ହୋଇଥିବା ସେ ପ୍ରକାଶ କରିଛନ୍ତି । ନୂଆ ଟେକ୍ନୋଲୋଜିକୁ ଆପଣାଇବା ତଥା ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ଲୋକମାନଙ୍କ ସାମୂହିକ ସଂକଳ୍ପକୁ ସେ ଧନ୍ୟବାଦ ଜଣାଇଛନ୍ତି ।

୨୦୧୬ ପରେ ଏହି ଟ୍ରାଞ୍ଜାକ୍ସନ ସବୁଠୁ ଅଧିକ ବୋଲି ଜଣାଯାଇଛି । ଏ ନେଇ ନିର୍ମଳା ସୀତାରମଣ ଟ୍ୱିଟ କରିଥିଲେ । ଯାହାର ରିଟ୍ୱିଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି । ତେବେ କରୋନା ମହାମାରୀ ସମୟରେ ଏହି ଡିଜିଟାଲ ପ୍ଲାଟଫର୍ମ ବିଶେଷ ରୂପରେ ସହାୟକ ହୋଇଥିଲା ।

ନେସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ)ର ଏକ ରେକର୍ଡ ଅନୁସାରେ ଜୁଲାଇରେ ଦେଶରେ ମୋଟ ୬.୨୮ ଆରବ ଟ୍ରାଞ୍ଜାକ୍ସନ ହୋଇଛି । ଏଥି ମଧ୍ୟରୁ ୧୦୬୨ ଟ୍ରିଲିୟନ ଟଙ୍କାର ନେଣଦେଣ କରାଯାଇଛି । ଏକ ମାସର ରେକର୍ଡ ଦେଖାଗଲେ ୟୁପିଆଇରେ ୭.୧୬% ବୃଦ୍ଧି ହୋଇଥିବା ବେଳେ ଭ୍ୟାଲୁ ଅନୁସାରେ ଏହି ଅଭିବୃଦ୍ଧି ୪.୭୬ ପ୍ରତିଶତ ହୋଇଛି ।

Get real time updates directly on you device, subscribe now.