fbpx
BSKY SKY
BSKY SKY

ନିଜର ୩ ବର୍ଷର ଝିଅକୁ ଭାଲୁ ଏନକ୍ଲୋଜର୍ ଭିତରକୁ ଫିଙ୍ଗିଦେଲା ମା’, ଦେଖନ୍ତୁ ଭିଡିଓ

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଆମକୁ ଆଶ୍ଚର୍ଯ୍ୟ କରୁଥିବା ବେଳେ କିଛି ଉପରେ ଆମେ ସହଜରେ ବିଶ୍ୱାସ କରିପାରୁନା । ତେବେ ସବୁପରେ ବି ଏହିଭଳି କିଛି ଦୃଶ୍ୟ ଆଖି ଆଗକୁ ଚାଲି ଆସେ ତାକୁ ବିଶ୍ୱାସ କରିବାକୁ ପଡ଼େ । ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜୋରସୋର୍ ରେ ଭାଇରାଲ୍ ହେଉଛି । ସେଥିରେ ଜଣେ ମା ୩ ବର୍ଷର ଶିଶୁକୁ ଭାଲୁ ଏନକ୍ଲୋଜରରେ ପକାଇ ଦେଇଛନ୍ତି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଭାଇରାଲ ହେଉଥିବା ଏହି ଭିଡ଼ିଓ ଉଜବେକିସ୍ତାନରେ ଅବସ୍ଥିତ ତାସକେଣ୍ଟରେ ଥିବା ଏକ ପ୍ରାଣୀ ଉଦ୍ୟାନର ଅଟେ। ପ୍ରାୟ ୩ ବର୍ଷର ଏକ ଛୋଟ ଶିଶୁ ପ୍ରାଣୀ ଉଦ୍ୟାନ ଦେଖିବା ପାଇଁ ତାଙ୍କ ମା ସହିତ ସେଠାକୁ ଆସିଥିଲେ। ଭାଲୁକୁ ଦେଖାଇବା ପାଇଁ ମାଆ ତାଙ୍କ ଏନକ୍ଲୋଜରର ରେଲିଂ ନିକଟରେ ଠିଆ ହୋଇଥିଲେ। ଏହା ପରେ, ଭିଡ଼ିଓରେ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି ଯେ ମହିଳା ଜଣକ ନିଜ ହାତରେ ପିଲାଟିକୁ ଏନ କ୍ଲୋଜର ଭିତରକୁ ଛାଡ଼ି ଦେଇଛନ୍ତି। ଫଳରେ ଶିଶୁଟି ଭାଲୁ ଏନକ୍ଲୋଜରରେ ପଡ଼ିଯାଉଛି ।

ଏହାପରେ ଝିଅଟି ତଳେ ପଡ଼ିବା ମାତ୍ରେ ଭାଲୁ ତା ଆଡକୁ ଦୌଡ଼ିଆସିଲା, କିନ୍ତୁ ସୌଭାଗ୍ୟବଶତଃ ସେ କେବଳ ଝିଅଟିକୁ ଶୁଙ୍ଘି ଦେଇ ସେଠାରୁ ଚାଲିଗଲା। ସେତେବେଳକୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ଭାଲୁକୁ ଏନକ୍ଲୋଜରର ଅନ୍ୟ ଏକ ଅଂଶରେ ତାଲା ପକାଇ ଝିଅକୁ ବଞ୍ଚାଇବା ପାଇଁ ସେଠାରେ ପହଞ୍ଚିଥିଲେ। ଶିଶୁ କନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ସାମାନ୍ୟ ଆହତ ହୋଇଛି।

ଖବର ଅନୁଯାୟୀ, ଝିଅଟିର ମାଆକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ଗିରଫ କରିଛି । ପ୍ରାଣୀ ଉଦ୍ୟାନର ମୁଖପାତ୍ର କହିଛନ୍ତି ଯେ ମହିଳା ଜଣକ ଜାଣିଶୁଣି ନିଜ ଶିଶୁକୁ ଏକ ବ୍ରାଉନ୍ ଭାଲୁ ଏନକ୍ଲୋଜରରେ ଫିଙ୍ଗି ଦେଇଛନ୍ତି। ସେଠାରେ ଠିଆ ହୋଇଥିବା ଲୋକମାନେ ମଧ୍ୟ ଏହି ବିଷୟରେ ସାକ୍ଷ୍ୟ ଦେଇଛନ୍ତି ଓ ଏହା ସିସିଟିଭିରୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଲୋକମାନେ ତାଙ୍କୁ ବହୁତ ଅଟକାଇଲେ କିନ୍ତୁ ସେତେବେଳକୁ ସେ ଝିଅଟିକୁ ଫୋପାଡ଼ି ଦେଇଥିଲେ।

Get real time updates directly on you device, subscribe now.