fbpx
BSKY SKY
BSKY SKY

କେନ୍ଦ୍ର କ୍ରୀଡା ବଜେଟ୍‌ରେ ୩୦୫.୫୮ କୋଟି ଟଙ୍କା ବୃଦ୍ଧି, ଖେଲୋ ଇଣ୍ଡିଆ ଓ ନ୍ୟାସ୍‌ନାଲ୍‌ ୟୁଥ୍‌ ସ୍କିମ୍‌ ଉପରେ ଅଧିକ ଗୁରୁତ୍ୱ

BSKY

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଥିବା ବେଳେ ଗତ ବର୍ଷର କ୍ରୀଡା ବଜେଟ ଅପେକ୍ଷା ଚଳିତ ବର୍ଷ ଅଧିକ ୩୦୫.୫୮ ଟଙ୍କା ବ୍ୟୟ ବରାଦ କରାଯାଇଛି । କ୍ରୀଡାର ବିକାଶ ପାଇଁ ସରକାର ଅଧିକ ଗୁରୁତ୍ୱ ଦେବା ସହିତ ମୋଟ ୩୦୬୨. ୬୦ କୋଟି ଟଙ୍କା ବରାଦ କରାଯାଇଛି ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ କେନ୍ଦ୍ର କ୍ରୀଡା ବଜେଟରେ ପ୍ରଥମେ ୨୫୯୬.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୨୭୫୭. ୦୨କୁ ବୃଦ୍ଧି କରା ଯାଇଥିଲା । ମାତ୍ର ଚଳିତ ବର୍ଷର ବଜେଟରେ ଆଉ ଅଧିକ ୩୦୫.୫୮ କୋଟି ଟଙ୍କା ଅଧିକ ବ୍ୟବସ୍ଥା ହୋଇଛି । କାରଣ ଗତ ବର୍ଷ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଭାରତ ୭ ପଦକ ହାସଲ କରିଥିବା ବେଳେ ଆଗାମୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ବର୍ମିିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ଓ ହାଙ୍ଗଝୋୟୁ ଏସିଆନ ଗେମ୍ସ ,୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଓ ବିଶ୍ୱ ସ୍ତରୀୟ କ୍ରୀଡାରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବା ନେଇ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟତଃ ସ୍ପୋର୍ଟିଂ ଆକ୍ଟିଭିଟିଜ ଉପରେ ଅଧିକ ପୁଞ୍ଜି ବିନିମୟ କରିବା ଲକ୍ଷ୍ୟ ରଖିଛନ୍ତି ।

ସେହିପରି ଖେଲୋ ଇଣ୍ଡିଆ କାର୍ଯ୍ୟ କ୍ରମକୁ ଅଧିକ ଗତିଶୀଳ ଓ ତ୍ୱରାନ୍ୱିତ କରିବା ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ତେଣୁ କେବଳ ଖେଲୋ ଇଣ୍ଡିଆ ପାଇଁ ଗତ ବର୍ଷ ତୁଳନାରେ ଆହୁରି ଅଧିକ ୩୧୬.୨୯ କୋଟି ଟଙ୍କା ବ୍ୟୟ ବରାଦ କରା ଯାଇଛି । ଗତ ବର୍ଷ ବଜେଟରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ୬୫୭.୭୧ କୋଟି ଯଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଚଳିତ ବର୍ଷ ୯୭୪ କୋଟି ଟଙ୍କାକୁ ଏହା ବୃଦ୍ଧି କରା ଯାଇଛି । ସେହିପରି କ୍ରୀଡାବିତଙ୍କୁ ବିଶେଷ ଉତ୍ସାହିତ କରିବା ସହିତ ପୁରସ୍କାର ବାବଦରେ ମୋଟ ୩୫୭ କୋଟି ଟଙ୍କା ମଞ୍ଜୁର ହୋଇଛି । ସୂଚନା ଯୋଗ୍ୟ ଯେ ୨୦୨୦-୨୧ରେ କେନ୍ଦ୍ର ସରକାର ଏହି ବାବଦରେ ୨୪୫ କୋଟି ଟଙ୍କା ମଞ୍ଜୁର କରିଥିଲେ । ସେହିପରି ଗତ ବର୍ଷ ସ୍ପୋର୍ଟ୍ସ ଅଥରିଟ୍‌ ଅଫ୍‌ ଇଣ୍ଡିଆ ପାଇଁ ୬୫୩ କୋଟି ଟଙ୍କା ବ୍ୟୟ ମଞ୍ଜୁର କରା ଯାିଥିବା ବେଳେ ଚଳିତ ବର୍ଷ ଏଥିରୁ ୭.୪୧ କୋଟ ଟଙ୍କା ହ୍ରାସ କରା ଯାଇଛି ।

ସୂଚନା ଯୋଗ୍ୟ ଯେ ସ୍ପୋର୍ଟ୍ସ ଅଥରିଟ୍‌ ଅଫ୍‌ ଇଣ୍ଡିଆ ଦେଶର କ୍ରୀଡା ଭିତିଭୂମିକୁ ମଜଭୂତ କରିବା ସହିତ କ୍ରୀଡାବିତଙ୍କ ପାଇଁ କ୍ରୀଡା ଉପକରଣ ଯୋଗାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅନ୍ୟ ପକ୍ଷରେ ନ୍ୟାସନାଲ ସ୍ପୋର୍ଟ୍ସ ଡେଭଲପମେଣ୍ଟକୁ ପାଙଋି ଯୋଗାଣ ବାବଦରେ ଗତ ବର୍ଷ ଅପେକ୍ଷା ୯ କୋଟି କମାଇ ୧୬ କୋଟି ଟଙ୍କା ବରାଦ ହୋଇଛି । ଏହା ସହିତ ଜାତୀୟ ସର୍ଭିସ ସ୍କିମ୍‌ ପାଇଁ ୧୧୮.୫୦ କୋଟି ଟଙ୍କା ବୃଦ୍ଧି କରା ଯାଇଛି । ଗତ ବର୍ଷର ବଜେଟରେ ୧୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଥିବା ବେଳେ ଚଳିତ ବର୍ଷ ଏହାକୁ ୨୮୩,୫୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପାଇଁ ୨୮୦ କୋଟି, କ୍ରୀଡାବିତଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୫୫ କୋଟି ଟଙ୍କା ବ୍ୟବସ୍ଥା ହୋଇଥିବା ବେଳେ ନ୍ୟାସନାଲ ସ୍ପୋର୍ଟ୍ସ ଡେଭଲପମେଣ୍ଟ ପାଙଋି ୨୫ କୋଟିରୁ ୧୬ କୋଟିକୁ ହ୍ରାସ କରା ଯାଇଛି ।

Get real time updates directly on you device, subscribe now.