fbpx

ଭୁବନେଶ୍ୱରରେ ଚାଞ୍ଚଲ୍ୟ; ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣ ଦୁଷ୍କର୍ମ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାର ଲାଗିଛି । ଖାସ କରି ଝିଅ ଓ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଏହି ସମାଜ । ଫଳରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ନାରୀ ନିର୍ଯାତନା ଏବଂ ଦୁଷ୍କର୍ମ ପରି ଘଟଣା ଶୁଣିବାକୁ ଓ ଦେଖିବାକୁ ମିଳୁଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରର ରେ ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଥ ଡେ ପାର୍ଟିରେ ଯାଇଥିବା ବେଳେ ଏକ ମହିଳାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଏନେଇ ମହିଳାଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ତେବେ ଅଭିଯୋଗ ଅନୁଯାୟୀ ମହିଳା ଜଣକ ଯାଇଥିବା ବାର୍ଥ ଡେ ପାର୍ଟିରେ ମାତ୍ରାଧିକ ହୋ-ହାଲ୍ଲା ହୋଇଥିଲା । ଫଳରେ ସେ ଏହାକୁ ବିରୋଧ କରିବାକୁ ତାଙ୍କୁ ୧୧ ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ମହିଳା ଜଣଙ୍କ ତାଙ୍କ ସହ ହୋଇଥିବା ଦୁଷ୍କର୍ମ ଘଟଣା ସମ୍ପର୍କରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଫଳରେ ଏହି ଅଭିଯୋଗକୁ ଆଧାର କରି ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ସେମାନଙ୍କୁ କୋର୍ଟ ଚାଲାଣ  କରିଛି । ଏତତ୍ ବ୍ୟତୀତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.