fbpx

କୋବ୍ରାର ରକ୍ତ ପିଅନ୍ତି ଏଠାକାର ଯୁବତୀ, କାରଣ ଜାଣିଲେ ଚକିତ ହେବେ

ସାପର ନାଁ ଶୁଣିଲେ ଲୋକମାନେ ଭୟଭୀତ ହୋଇପଡନ୍ତି, କାହିଁକି ନା ସାପ କାମୁଡିବା ମାତ୍ରେ ମଣିଷର ମୃତ୍ୟୁ ହୋଇଥାଏ । ଏହା ପରେ ବି ଅନେକ ଦେଶର ଲୋକମାନେ ସାପକୁ ବିଲକୁଲ ଡରନ୍ତି ନାହିଁ । କେତେକ ସ୍ଥାନରେ ବିଷାକ୍ତ ସାପକୁ ମାରି ଖାଇବାକୁ ବି ପଛାନ୍ତି ନାହିଁ ଲୋକେ । ସେହିପରି ଇଣ୍ଡୋନେସିଆର ଲୋକାମାନେ ସାପକୁ ମାରି ଖାଇବା ସହିତ ବିଷାକ୍ତ କୋବ୍ରାର ରକ୍ତକୁ ବି ପିଅନ୍ତି ।

ସେଠାକାର ଲୋକମାନେ ସାପ ବିନା ରହିପାରନ୍ତି ନାହିଁ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଲୋକମାନେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ କୋବ୍ରାର ରକ୍ତ ପିଉଥିବା ବେଳେ ମହିଳାମାନେ ସୁନ୍ଦର ତ୍ୱଚା ପାଇଁ ଏହାକୁ ପିଇଥାନ୍ତି । ସେମାନଙ୍କ ମତରେ କୋବ୍ରାର ରକ୍ତ ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

ଜାକର୍ତ୍ତାର ଅଧିକାଂଶ ଅଞ୍ଚଳରେ କୋବ୍ରା ରକ୍ତ ବିକ୍ରି ହୁଏ । ଲୋକମାନେ ସନ୍ଧ୍ୟାରେ ଚାଲିବା ସମୟରେ ଏହାର ସ୍ୱାଦ ନେଇ ପିଇଥାନ୍ତି । କିଛି ଲୋକ ଏହାର ମାଂସ ମଧ୍ୟ ଖାଇଥାନ୍ତି । ରକ୍ତର ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଦୋକାନୀମାନେ ପ୍ରତିଦିନ ହଜାର ହଜାର ସାପ କାଟନ୍ତି । ଏହି ଦୋକାନଗୁଡ଼ିକ ଅପରାହ୍ନ ୫ ଟାରୁ ରାତି ୧ଟା ପଯ୍ୟନ୍ତ ଖୋଲିଥାଏ । ଦୋକାନୀମାନେ ଗୋଟିଏ ରାତିରେ ପ୍ରାୟ ୫ ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

Get real time updates directly on you device, subscribe now.