fbpx

ଭୁଲରେ ବି ଖେଳନ୍ତୁନି ଏମିତି ଦୋଳି, ନହେଲେ…

ନୂଆଦିଲ୍ଲୀ: ଦୋଳି ଖେଳିବାକୁ ହୁଏତ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଋଷିଆର ଦୁଇଜଣ ମହିଳାଙ୍କ ଏହି ଦୋଳି ଖେଳିବା ଭାରି ପଡ଼ିଛି । ୬୩୦୦ ଫୁଟରେ ଦୋଳି ଖେଳୁଥିବା ସମୟରେ ଛିଡ଼ିଯାଇଥିଲା ଦୋଳି । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାହାଡ଼ର ଶିଖରରେ ତିଆରି ହୋଇଥିବା ଏକ ଦୋଳିରେ ଝୁଲିବାକୁ ଇଚ୍ଛା କରିଥିଲେ ଦୁଇ ମହିଳା । ତେବେ ସେମାନେ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ ଆଗକୁ ସେମାନଙ୍କ ସହ କ’ଣ ଘଟିବାକୁ ଯାଉଛି ।

ମହିଳା ଦୁଇଜଣ ଉକ୍ତ ଶିଖରରେ ଥିବା ଦୋଳିରେ ବସିଥିଲେ ଏହାପରେ ଜଣେ ଯୁବକ ସେମାନଙ୍କୁ ଝୁଲାଇଥିଲେ । ଆରମ୍ଭରୁ କିଛି ସମୟ ପାଇଁ ସେମାନେ ଏହି ଦୋଳି ଝୁଲିବାକୁ ଉପଭୋଗ କରିଥିଲେ । କିନ୍ତୁ ହଠାତ୍ ଏହି ଖୁସି ତାଙ୍କ ପାଇଁ ଦୁଃଖ ପାଲଟିଯାଇଥିଲା ଯେତେବେଳେ । ଦୋଳି ଖେଳୁଥିବା ସମୟରେ ହଠାତ୍ ଦୋଳିର ଚେନ୍ ଛିଡ଼ିଯାଇଥିଲା ଏବଂ ମହିଳା ଦୁଇଜଣ ୬୩୦୦ ଫୁଟ୍ ତଳକୁ ଖସିଯାଇଥିଲେ । ତେବେ ସୌଭାଗ୍ୟବଶତଃ ଦୁଇ ମହିଳା ତଳକୁ ଖସିବା ପରେ ଏକ ପାହଡ଼ ସନ୍ଧିରେ ଲାଖିବା ସହିତ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ । ସେମାନଙ୍କୁ କେବଳ ସମାନ୍ୟ ଆଘାତ ଲାଗିବା ସହ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିଲେ ।

ତେବେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.