fbpx

ଶସ୍ତା ହେବ ଖାଇବା ତେଲ; ସରକାର ଆପଣାଉଛନ୍ତି ଏହି ଉପାୟ

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧିକୁ ନେଇ ଜନସାଧାରଣ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ସ୍ଥିତିରେ ହ୍ରାସ ପାଇବାକୁ ଯାଉଛି ଖାଇବା ତେଲର ଦାମ । ଖାଇବା ତେଲର ଦର ଦେଶବ୍ୟାପୀ ୨୦୦ ଡେଇଁଥିବା ବେଳେ ଏହା ଆଗାମୀ ଦିନରେ ହ୍ରାସ ପାଇବାକୁ ଯାଉଛି । ଦେଶରେ ବୃଦ୍ଧି ପାଉଥିବା ତେଲ ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ବିଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଖାଇବା ତେଲର ମୂଲ୍ୟରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ପାମ୍ ଅଏଲ ଆମଦାନୀ ବଢାଇଛନ୍ତି ।

୩୦ ଜୁନ୍ ପରଠାରୁ କେନ୍ଦ୍ର ସରକାର ପାମ୍ ଅଏଲ ଆମଦାନୀ ବଢାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ବର୍ହିଶୁଳ୍କ ବିଭାଗ ପକ୍ଷରୁ ମଧ୍ୟ ଆମଦାନୀ ଉପରେ ଆମଦାନୀ ଶୁଳ୍କ କମ କରି ଦିଆଯାଇଛି । ଏହା ସହିତ ୩୦ ଜୁନରୁ ଜୁଲାଇ ୧୨ ମଧ୍ୟରେ ଦେଶରେ ପାମ୍ ଅଏଲ ଆମଦାନୀ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ଦେଶରେ ମହଜୁଦ ଥିବା ପାମ ଅଏଲର ପରିମାଣ ୧୯.୦୩ ଲକ୍ଷ ଟନରୁ ବଢି ୨୦.୯୧ ଲକ୍ଷ ଟନରେ ପହଞ୍ଚିଛି ।

Get real time updates directly on you device, subscribe now.