fbpx

ସ୍ୱାମୀକୁ ମାରିବା ପାଇଁ ସୁପାରୀ ଦେଲା ସ୍ତ୍ରୀ, ହ୍ୱାଟ୍ସଆପରେ ଲେଖିଲେ ଏପରି ଷ୍ଟାଟସ୍‌

ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ରୋଚକ ଏବଂ ଭାଇରାଲ ମାମଲା ସାମ୍ନାକୁ ଆସୁଛି । ଲୋକମାନେ ସୋସିଆଲ ମିଡ଼ିଆରେ ଫେମସ୍ ହେବା ପାଇଁ ଅଜବ ଗଜବ ରିଲ୍ସ କରିବାକୁ ପଛାଉନାହାଁନ୍ତି । ନିକଟରେ ଆଗ୍ରାରୁ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ମାରିବା ପାଇଁ ଅନଲାଇନରେ ସୁପାରୀ ଦେଇଛନ୍ତି । ସେ ତାଙ୍କ ହ୍ୱାଟ୍ସଆପ ଷ୍ଟାଟସରେ ଏପରି କିଛି ଲେଖିଥିଲେ ଯାହା ଦେଖିବା ପରେ ଭୟରେ ସ୍ୱାମୀ ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ସୂଚନାରୁ ପ୍ରକାଶ ୨୦୨୨ ଜୁଲାଇରେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା । ତେଣୁ ବିବାହର ୫ ମାସ ପରେ ଆର୍ଥାତ ୨୦୨୨ ଡିସେମ୍ବରରେ ପତ୍ନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ । ଏବଂ ସେବେ ଠାରୁ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ନାହାଁନ୍ତି । ଏହା ପରେ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଭରଣ ପୋଷଣର ଦଅନ୍ତୁ ବୋଲି ଏକ ଅଭିଯୋଗ କରିଥିଲେ । ପରେ ଡିସେମ୍ବର ୨୦୨୩ରେ ଯୁବକଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କ ପତ୍ନୀ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଛନ୍ତି, ‘ମୋ ଇଚ୍ଛା ବିରୋଧରେ ଏହି ବିବାହ ହୋଇଛି । ସ୍ୱାମୀଙ୍କୁ ହତ୍ୟା କରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।’ ତେବେ ପତ୍ନୀଙ୍କ ଏପରି ଷ୍ଟାଟସ୍ ଦେଖିବା ପରେ ସ୍ୱାମୀ ଭୟଭୀତ ଥିବାର ଜଣାପଡ଼ିଛି ।

Get real time updates directly on you device, subscribe now.