fbpx
BSKY SKY
BSKY SKY

(Video) ବଦଳିଗଲା ପାକିସ୍ତାନର Team Combination: ଆଫ୍ରିଦିଙ୍କୁ ବିଦାୟ, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

BSKY

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଏକ ବଡ଼ ଦ୍ୱନ୍ଦ୍ୱରେ ଫସି ରହିଛି ପାକିସ୍ତାନ କ୍ରିକେଟ ଟିମ୍ । ଦଳ ପାଇଁ କୋଚ୍ ପଦ ଏବେ ବି ଫାଙ୍କା ରହିଥିବା ବେଳେ ପୁଣିଥରେ ଅଧିନାୟକ ପଦକୁ ନେଇ ଏକ୍ସପେରିମେଣ୍ଟ କରୁଛି ପାକିସ୍ତାନ ବୋର୍ଡ । ବର୍ତ୍ତମାନ ଶାହୀନ ଆଫ୍ରିଦିଙ୍କୁ ଅଧିନାୟକ ପଦରୁ ବାଦ୍ ଦେଇ ଏବେ ପୁଣିଥରେ ବାବର ଆଜମଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ପାକିସ୍ତାନ କ୍ରିକେଟ ଦଳ । ଦିନିକିଆ ଏବଂ ଟି-୨୦ କ୍ରିକେଟରେ ପୁଣିଥରେ ଅଧିନାୟକ ପଦ ସମ୍ଭାଳିବେ ବାବର ଆଜମ । ଚୟନ ସମିତିର ସୁପାରିଶ କ୍ରମେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବୀ ବାବରଙ୍କୁ ପୁଣିଥରେ ଏହି ଦାୟିତ୍ୱ ଫେରାଇଛନ୍ତି । ତେବେ ଟେଷ୍ଟ ଦଳରେ ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇବେ ଶାନ ମାସୁଦ ।

ଗତ ଦିନିକିଆ ବିଶ୍ୱକପ-୨୦୨୩ରେ ପାକିସ୍ତାନର ଖରାପ ପ୍ରଦର୍ଶନ ଯୋଗୁଁ ଦଳ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଅଧିନାୟକ ବାବର ଆଜମ କ୍ରିକେଟର ୩ଟି ଯାକ ଫର୍ମାଟରୁ ନେତୃତ୍ୱ ଛାଡ଼ିଥିଲେ । ବାବରଙ୍କ ପରେ ଷ୍ଟାର ବୋଲର ଶାହୀନ ଆପ୍ରିଦିଙ୍କୁ ଦଳ ଟି-୨୦ ଏବଂ ଦିନିକିଆରେ ଅଧିନାୟକ ପଦ ଦେଇଥିଲା । ସେହିପରି ଟେଷ୍ଟରେ ଅଧିନାୟକ ଭାବରେ ଶାନ ମାସୁଦ ନେତୃତ୍ୱ ପଦ ପାଇଥିଲେ । କିନ୍ତୁ ଅଧିନାୟକ ପରିବର୍ତ୍ତନ ପରେ ମଧ୍ୟ ଦଳର ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ତେଣୁ ବର୍ତ୍ତମାନ ପୁଣିଥରେ ବାବରଙ୍କୁ ଅଧିନାୟକ ପଦରେ ନିୟୋଜିତ କରିଛନ୍ତି ପିସିବି ଅଧ୍ୟକ୍ଷ ମୋହସିନ ନକବୀ । ଆଗାମୀ ମ୍ୟାଚରୁ ବାବର ପାକିସ୍ତାନର ଟି-୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ସମ୍ଭାଳିବେ ଏବଂ ଶାନ ମାସୁଦ ଟେଷ୍ଟ ଦଳର ନେତୃତ୍ୱ ନେବେ ।

ଅଧିନାୟକ ଭାବରେ ବାବର ଆଜମ ପାକିସ୍ତାନ ପାଇଁ ଦ୍ୱିତୀୟ ସର୍ବଶ୍ରେଷ୍ଠ ଅଧିନାୟକ ପାଲଟିଛନ୍ତି । ପୂର୍ବତନ ଅଧିନାୟକ ଇମରାନ ଖାନଙ୍କ ପରେ ପାକିସ୍ତାନ ପାଇଁ ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ବାବର ଆଜମ । ବର୍ତ୍ତମାନ ପର୍ଯ୍ୟନ୍ତ ୧୩୪ଟି ମ୍ୟାଚରେ ନେତୃତ୍ୱ ନେଇଥିବା ବେଳେ ବାବର ୭୮ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏଥିମଧ୍ୟରୁ ୧୦ଟି ଟେଷ୍ଟରୁ ୬ ବିଜୟ ସହ ୪୩ ଦିନିକିଆରୁ ୨୬ ଏବଂ ୭୧ ଟି-୨୦ ମ୍ୟାଚରୁ ୪୨ଟି ବିଜୟ ହାସଲ କରିଛନ୍ତି ଅଧିନାୟକ ବାବର ଆଜମ ।

Get real time updates directly on you device, subscribe now.