fbpx
BSKY
BJD SHG SKY
BJD YOUTH SKY

ଆଜି Super Sundayରେ ଡବଲ୍ ଫାଇଟ୍: ମୁହାଁମୁହିଁ ହେବେ ଦିଲ୍ଲୀ-ଚେନ୍ନାଇ, ଦିନରେ ଗୁଜୁରାଟ-ହାଇଦ୍ରାବାଦ ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ରେ ହେବ ସୁପର ସନ୍ ଡେ’ । କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଡବଲ ଫାଇଟ ଦେଖିବାକୁ ମିଳିବ । ଦିନ ୩ଟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଥିବା ବେଳେ ରାତିରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ବିଶାଖାପାଟନମରେ ଏମ.ଏସ ଧୋନୀଙ୍କ ଦଳକୁ ଭେଟିବେ କମବ୍ୟାକ ଋଷଭ ପନ୍ତ । ଦୀର୍ଘ ୨ ବର୍ଷ ପରେ ଉଭୟ ଖେଳାଳି ଏଥର ଆଇପିଏଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେଣୁ ମ୍ୟାଚ ଅତି ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି ।

ଆଇପିଏଲ-୨୦୨୪ରେ ଚେନ୍ନାଇ ସୁପର କିଙ୍ଗସ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଉଭୟ ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ଆଜିର ମ୍ୟାଚରେ ଉଭୟ ଯୁବ ଅଧିନାୟକ ଦଳକୁ ବିଜୟୀ କରାଇବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବେ । ତେବେ ଦୁର୍ଘଟଣା ଯୋଗୁଁ ଆଇପିଏଲ-୨୦୨୩ରୁ ବାଦ୍ ପଡ଼ିଥିବା ଋଷଭ ପନ୍ତ ୨ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିବେ । ଏହାସହିତ ୨ ବର୍ଷ ପରେ ନିଜ ଗୁରୁଙ୍କୁ ସାମନା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଋଷଭ ପନ୍ତ । ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୯ଟି ମ୍ୟାଚ ଖେଳା ଯାଇଥିବା ବେଳେ ୧୯ଟି ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇ । ସେହିପରି ଦିଲ୍ଲୀ ବାକି ୧୦ଟି ମ୍ୟାଚରେ ବିଜୟୀ ହୋଇଛି ।

ତେଣୁ ଆଜିର ମ୍ୟାଚରେ କିଏ ଜିତିବ, ସେ ନେଇ ଏବେ ଚର୍ଚ୍ଚା ହେଉଛି । ଚଳିତ ସିଜନରେ ଋତୁରାଜ ଦଳର ନେତୃତ୍ୱ ନେଉଥିବା ବେଳେ ତାଙ୍କ ନେତୃତ୍ୱ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଯାଲ୍ସ ପାଇଁ ପୂର୍ବରୁ ମଧ୍ୟ ଅଧିନାୟକ ପଦ ସମ୍ଭାଳିଛନ୍ତି ଋଷଭ ପନ୍ତ । ତେବେ ୨ ବର୍ଷ ପରେ କମବ୍ୟାକ ଏପର୍ଯ୍ୟନ୍ତ ତାଙ୍କ ପାଇଁ ସେତେ ରୋମାଞ୍ଚକର ହୋଇନାହିଁ ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଇଙ୍ଗ-୧୧: ଋଷଭ ପନ୍ତ(ଅଧିନାୟକ), ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ରିକି ଭୁଇ, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ସର ପଟେଲ, ସୁମିତ କୁମାର, କୁଳଦୀପ ଯାଦବ, ଏନରିକ ନୋକିଆ, ଖଲିଲ ଅହମଦ, ମୁକେଶ କୁମାର ।

କ’ଣ ରହିବ ଚେନ୍ନାଇର ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ୍ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଡାରିଲ ମିଚେଲ, ଶିବମ ଦୁବେ, ସମୀର ରିଜଭି, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁସ୍ତାପିଜୁର ରହମାନ, ମଥୀଷା ପଥୀରାନା ।

Get real time updates directly on you device, subscribe now.