fbpx

(Video) ଗ୍ରୀଷ୍ମ ଋତୁରେ ଜଳ ଗଚ୍ଛିତ କରୁଛି ଏହି ବୃକ୍ଷ, ଗଛରୁ ପାଣି ବାହାରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ

Advertisement

ନୂଆଦିଲ୍ଲୀ: ପୃଥିବୀରେ ଅନେକ ରହସ୍ୟ ବୃକ୍ଷ ଲତା ଠାରେ ଲୁଚି ରହିଛି । ମନୁଷ୍ୟ ଯେତେ ବି ଅନୁସନ୍ଧାନ କଲେ ସୁଦ୍ଧା ପ୍ରକୃତିର ବିଚିତ୍ର ବିଚିତ୍ର ଜିନିଷ ସାମ୍ନାକୁ ଆସିଥାଏ । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଏଏସଆର ଜିଲ୍ଲାର ପାପିକୋଣ୍ଡା ଜାତୀୟ ଉଦ୍ୟାନରେ ଦେଖାଦେଇଛି । ଯେତେବେଳେ ବନ ଅଧିକାରୀ ଇଣ୍ଡିଆନ ଲରେନ୍ସ ନାମକ ଏକ ବୃକ୍ଷର ଛାଲକୁ କାଟିଲେ ସେତେବେଳେ ଏକ ପାଇପ ପରି ପାଣିର ଧାର ବାହାରିବାକୁ ଲାଗିଲା ।

ଏହାକୁ ଇଣ୍ଡିଆନ ଲାରେଲ ଟ୍ରି କୁହାଯାଏ । ଯାହା ଗ୍ରୀଷ୍ମ ଋତୁରେ ନିଜ ଭିତରେ ପାଣି ଗଚ୍ଛିତ କରିଥାଏ । ଏହି ଗଛକୁ ବୌଦ୍ଧ ଧର୍ମର ଲୋକେ ମଧ୍ୟ ଏହି ଗଛକୁ ଧାର୍ମିକ ଭାବେ ଦେଖିଥାଆନ୍ତି । ଏହା ଖାସକରି ଗୋଦାବରୀ କ୍ଷେତ୍ରରେ ପାହାଡ଼ ଅଞ୍ଚଳରେ ରହୁଥିବା ଜନଜାତି ସମୁହ କୋଣ୍ଡା ରେଡ୍ଡୀ ସମୁଦାୟ ଏହି ଗଛ ବିଷୟରେ ସୂଚନା ଦେଇଥିଲେ ଯେଉଁମାନେ ଏହାର ଛାଲକୁ କାଟି ନିଜର ଶୋଷ ମେଣ୍ଟାଇଥାନ୍ତି ।

ଶନିବାର (ମାର୍ଚ୍ଚ ୩୦), ଆନ୍ଧ୍ରପ୍ରଦେଶ ଜଙ୍ଗଲ ବିଭାଗର ଅଧିକାରୀମାନେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ରାମ୍ପା ଏଜେନ୍ସିର ପାପିକୋଣ୍ଡା ନ୍ୟାସନାଲ ପାର୍କରେ ମିଳିଥିବା ଏକ ଭାରତୀୟ ଲରେଲ ଗଛର ଛାଲକୁ କାଟି ଦେଖିଛନ୍ତି ଏଥିରୁ ପାଣି ବାହାରୁଛି ନା ନାହିଁ? ଯେଉଁ ଭିଡିଓରେ ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି ଯେ, ଗଛ କାଟିବା ମାତ୍ରେ ସେଥିରୁ ଜଳ ସ୍ରୋତ ବାହାରିବା ଆରମ୍ଭ କରୁଛି। ବିଭାଗୀୟ ବନ ଅଧିକାରୀ ଜି. ନରେନ୍ଦ୍ରନ୍ ବନ ବିଭାଗ ଦଳର ନେତୃତ୍ୱ ନେଉଥିଲେ।

Get real time updates directly on you device, subscribe now.