fbpx
BSKY
BJD SHG SKY
BJD YOUTH SKY

ଅଣପ୍ରବାସୀ ଆମେରିକୀୟଙ୍କୁ ବଡ଼ ଝଟକା, ଏପ୍ରିଲ ୧ରୁ ବୃଦ୍ଧି ହେବ ଭିସା ଶୁଳ୍କ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାର ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ଖବର ଆପଣଙ୍କୁ ଝଟକା ଦେଇପାରେ । ଏପ୍ରିଲ ୧ରୁ ଅଣପ୍ରବାସୀ ଆମେରିକୀୟ ଭିସା ପାଇଁ ଆଦାୟ କରାଯାଉଥିବା ଶୁଳ୍କରେ ପ୍ରାୟ ୩ ଗୁଣା ବୃଦ୍ଧି ଦେଖିବାକୁ ମିଳିବ । ଏହି ବର୍ଦ୍ଧିତ ଶୁଳ୍କ H-1B, L-1, EB-5 ଭିସା ପାଇଁ ଲାଗୁ ହେବ । ଏହି ପରିବର୍ତ୍ତନ ସହ ଆଗାମୀ ଦିନରେ ଭିସା ସେବାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇମିଗ୍ରେସନ ପଲିସି ଏବଂ ଆନ୍ତର୍ଜାତୀୟ ସମ୍ପର୍କ ଉପରେ ଏହି ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିପାରେ ।

କହିରଖୁଛୁ ଆମେରିକାରେ ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ ବସବାସ କରନ୍ତି । ସେମାନେ ଅଧିକାଂଶ H-1B, L-1, EB-5 ଭିସା ଉପରେ ନିର୍ଭରଶୀଳ । ଡିପାର୍ଟମେଣ୍ଟ ଅଫ୍ ହୋମଲେଣ୍ଡ ସିକ୍ୟୁରିଟି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ୟୁନାଇଟେଡ୍ ଷ୍ଟେଟ ସିଟିଜେନ୍‌ଶିପ୍ ଏବଂ ଇମିଗ୍ରେସନ୍ ସର୍ଭିସେସ୍‌(USCIS) ତରଫରୁ ଫି ଆଡଜଷ୍ଟମେଣ୍ଟ ଏବଂ ଫର୍ମରେ ପରିବର୍ତ୍ତନ କରାଯିବ । ଫଳରେ ଭିସା ଶୁଳ୍କ ବୃଦ୍ଧି ପାଇବ ।

H-1B ଭିସା ଶୁଳ୍କାରେ ବୃଦ୍ଧି: ଏହି ଭିସା ମାଧ୍ୟମରେ ଆମେରିକୀୟ କମ୍ପାନୀ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥାଏ । ଫର୍ମ ସଂଖ୍ୟା I-129 ମାଧ୍ୟମରେ H-1B ଭିସା ପାଇଁ ଆବେଦନ କରିପାରିବେ । ଏହାର ଶୁଳ୍କ ୪୬୦ ୟୁଏସ୍ ଡଲାରରୁ ବୃଦ୍ଧି ପାଇ ୭୮୦ ୟୁଏସ୍ ଡଲାର ହୋଇଯାଇଛି । ଏହା ଭାରତୀୟ ମୁଦ୍ରାରେ ୩୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୬୪ ହଜାର ଟଙ୍କାରେ ପହଞ୍ଚିଛି ।

– L-1 ଭିସା ଶୁଳ୍କାରେ ବୃଦ୍ଧି: ଏହି ଭିସା ଦ୍ୱାରା ମଲ୍ଟିନ୍ୟାସନାଲ କମ୍ପାନୀ ଅନ୍ୟ ଦେଶରେ ଥିବା ଅଫିସରେ ଥିବା କର୍ମଚାରୀଙ୍କୁ ଅସ୍ଥାୟୀ ଭାବରେ ଟ୍ରାନ୍ସଫର ମାଧ୍ୟମରେ ଆମେରିକାରେ କାମ କରିବା ପାଇଁ ଅନୁମତି ଦେଇଥାଏ । ଏହି ଭିସାର ଶୁଳ୍କ ୪୬୦ ୟୁଏସ ଡଲାର(ଭାରତୀୟ ମୁଦ୍ରାରେ ୩୮ ହଜାର ଟଙ୍କା)ରୁ ବୃଦ୍ଧି ହୋଇ ୧୩୮୫ ୟୁଏସ୍ ଡଲାର(୧ ଲକ୍ଷ, ୧୦ ହଜାର ଟଙ୍କା) ହୋଇଛି ।

– EB-5 ଭିସା ଶୁଳ୍କାରେ ବୃଦ୍ଧି: ଏହା ଅଧୀନରେ ଉଚ୍ଚ ଆୟ ଥିବା ବିଦେଶୀ ନିବେଶକମାନେ ଆମେରିକୀୟ ବ୍ୟବସାୟରେ ଅତି କମରେ ୫ ଲକ୍ଷ ଡଲାର ବିନିଯୋଗ କରି ସେମାନଙ୍କ ପରିବାର ପାଇଁ ଭିସା ପାଇପାରିବେ । ଏହି ବ୍ୟବସାୟ ଏପରି ହେବା ଉଚିତ ଯେପରି ଅତି କମରେ ୧୦ ଜଣ ଆମେରିକୀୟ ଚାକରି ପାଇପାରିବେ । ୧୯୯୦ରେ ଆମେରିକୀୟ ସରକାରଙ୍କ ଦ୍ୱାରା ଏହି ଭିସା ଆରମ୍ଭ ହୋଇଥିଲା । ଏହି ଭିସାର ଶୁଳ୍କ ୩ ଗୁଣା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହା ୩୬୭୫ ୟୁଏସ୍ ଡଲାର(୩ ଲକ୍ଷ ଟଙ୍କା)ରୁ ବୃଦ୍ଧି ପାଇ ୧୧, ୧୬୦ ୟୁଏସ୍ ଡଲାର(୯ ଲକ୍ଷ ଟଙ୍କା) ବୃଦ୍ଧି ହୋଇପାରେ ।

Get real time updates directly on you device, subscribe now.