fbpx
BSKY
BJD SHG SKY
BJD YOUTH SKY

(Video) ଜନ୍ମଦିନ ହେଲା ଶେଷ ଦିନ… Birthday କେକ୍ ଖାଇ ଚାଲିଗଲା କୁନି ଝିଅର ଜୀବନ

ନୂଆଦିଲ୍ଲୀ: ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ ମନାଉଥିବା ମାନବୀ ଏକଦମ ଚୁପ୍ ହୋଇଯାଇଛି । ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛି ଗେହ୍ଲି ମାନବୀ । ଜନ୍ମଦିନରେ କେକ୍ କାଟିବ ବୋଲି ଆଖିରେ ତା’ର ନିଦ ନଥିଲା, କିନ୍ତୁ ସେ ହି କେକ୍ ହିଁ ଆଜି ମାନବୀକୁ ଚିରନିଦ୍ରାରେ ଶୁଆଇ ଦେଇଛି । କେକ୍ ଖାଇବା ପରେ ମାନବୀ ଆଖି ବୁଜିଛି, ଏହାପରେ ଭାଇରାଲ ହେଉଛି ମାନବୀର ଶେଷ ଭିଡିଓ । ଯେଉଁଥିରେ ସେ ଖୁବ ଖୁସି ଆଉ ମଜା-ମସ୍ତିରେ କେକ୍ କାଟି ଜନ୍ମଦିନ ପାଳନ କରିବା ସହ ସମସ୍ତଙ୍କୁ କେକ୍ ଖୁଆଇଛି ।

ପଞ୍ଜାବରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଜନ୍ମଦିନରେ କେକ୍ କାଟି ଖାଇବା ପରେ ମାନବୀ ପ୍ରାଣ ହରାଇଥିବା ନେଇ ଦାବି କରିଛନ୍ତି ପରିବାର ଲୋକେ । ମାନବୀର ମୃତ୍ୟୁ ନେଇ ପରିବାର ଲୋକେ କହିଛନ୍ତି ଯେ, ମୃତ୍ୟୁର କିଛି ସମୟ ପୂର୍ବରୁ କେକ୍ ଖାଇ ଖୁସି ହେଉଥିଲା ମାନବୀ । କିନ୍ତୁ କେକ୍ ଖାଇବା ପରେ ହଠାତ୍ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଶରୀର ମଧ୍ୟ ଥଣ୍ଡା ପଡ଼ି ଯାଇଥିଲା । ତେବେ ମାନବୀଙ୍କୁ ହସ୍ପିଟାଲ ନେବାରେ ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏ ନେଇ ମାନବୀଙ୍କ ଜେଜେବାପା କହିଛନ୍ତି ଯେ, ଜନ୍ମଦିନ ପାଇଁ ଅନଲାଇନରେ କେକ୍ ଅର୍ଡର ହୋଇଥିଲା । କେକ୍ ଖାଇବା ପରେ ପରିବାରର ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ । ତେବେ ମାନବୀଙ୍କର ଏହି କେକ୍ ରିଆକ୍ସନରେ ବାନ୍ତି ହୋଇଥିଲା, କିନ୍ତୁ ଏହାପରେ ମଧ୍ୟ ମାନବୀ ସ୍ୱାଭାବିକ ଅବସ୍ଥକେୁ ପେରି ନ ପାରିବାରୁ ଅବସ୍ଥା ଆହୁରି ବିପଦପୂର୍ଣ୍ଣ ହୋଇଥିଲା । ଏହାପରେ ଶୋଷ ଲାଗୁଛି କହି ମାନବୀ ପାଣି ପିଇବା ସହ ଶୋଇ ପଡ଼ିଥିଲେ । କିନ୍ତୁ ସକାଳ ୪ଟା ବେଳେ ତାଙ୍କ ଶରୀର ଏକଦମ ଥଣ୍ଡା ପଡ଼ିଯିବାରୁ ତାଙ୍କୁ ନେଇ ମେଡିକାଲ ଯାଇଥିଲେ ପରିବାର ଲୋକ । ମେଡିକାଲରେ ଅକ୍ସିଜେନ ଲଗାଇବା ସହ ଇସିଜି କରିବା ପରେ ମାନବୀଙ୍କୁ ମୃତ ଗୋଷଣା କରିଥିବା ପ୍ରକାଶ କରିଛନ୍ତି ତାଙ୍କ ଜେଜେବାପା ।

ତେବେ ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ଅନଲାଇନରେ ମିଳୁଥିବା ଖାଦ୍ୟ ପ୍ରତି ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ଦେଖିବକାୁ ମିଳିଛି । ତେବେ ବର୍ତ୍ତମାନ ମାନବୀ କେକ୍ କାଟି ମଜା କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.