fbpx
BSKY
BJD SHG SKY
BJD YOUTH SKY

ମହିଳା ଫୁଟବଲ ଖେଳାଳୀଙ୍କ ସହ ଅଭଦ୍ରତା, ଜେଲ ଗଲେ AIFF ଅଧିକାରୀ

ନୂଆଦିଲ୍ଲୀ: ବିବାଦ ଘେରରେ ଅଖିଲ ଭାରତୀୟ ଫୁଟବଲ ମହାସଂଘ(AIFF ) । ହିମାଚଳ ପ୍ରଦେଶର ୨ ଜଣ ମହିଳା ଫୁଟବଲରଙ୍କ ସହ AIFF ଅଧିକାରୀ ମାରପିଟ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଅଧିକାରୀ ଜଣଙ୍କୁ ଗୋଆ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଗୋଆରେ ହେଉଥିବା ଭାରତୀୟ ମହିଳା ଲିଗ୍‌-୨ରେ ହିମାଚଲ ପ୍ରଦେଶର Khad FC ଦଳ ସାମିଲ ହୋଇଥିଲା । ଏହି ଦଳ ଗୋଆର ଏକ ହୋଟେଲରେ ରହିଥିଲେ । ମାର୍ଚ୍ଚ ୨୮କୁ AIFF ର କାର୍ଯ୍ୟକାରୀ କମିଟି ସଦସ୍ୟ ଦୀପକ ଶର୍ମା ମଦ ନିଶାରେ ତାଙ୍କ କକ୍ଷକୁ ଆସଥିଲେ ଏବଂ ତାଙ୍କ ସହ ମାରପିଟ କରିଥିିବା ଅଭିଯାଗ କରିଥିଲେ ଦଳର ୨ ମହିଳା ଫୁଟବଲର । ଶୁକ୍ରବାର AIFF ନିକଟରେ ଦୁଇ ମହିଳା ଖେଳାଳୀ ଅଭିଯୋଗ କରିବା ପରେ AIFF କାର୍ଯ୍ୟନିର୍ବାହୀ କମିିଟି, ସଦସ୍ୟ ଥିବା ଦୀପକ ଶର୍ମାଙ୍କୁ ପଚରାଉଚରା ପାଇଁ ଡକାଇଥିଲେ । ଏହା ପରେ ମାପୁସା ପୋଲିସ ବିଭିନ୍ନ ସେକ୍ସନ ଅଧୀନରେ ଦୀପକଙ୍କୁ ଗିରଫ କରିଥିଲା । ଅପରପକ୍ଷରେ ମାପୁସା ଥାନା ଇନ୍ସପେକ୍ଟର ଶଶିକାନ୍ତ ନାଏକଙ୍କ କହିବାନୁଯାୟୀ ରିମାଣ୍ଡରେ ରଖିବା ପରେ ତାଙ୍କୁ ରବିବାର କୋର୍ଟରେ ହାଜର କରାଯିବ । ଏହା ପୂର୍ବରୁ AIFF କାର୍ଯ୍ୟନିର୍ବାହୀ କମିଟି ଦୀପକ ଶର୍ମାଙ୍କୁ ମାମଲାର ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ଖେଳ କାର୍ଯ୍ୟକଳାପ ଠାରୁ ଦୂରେଇ ରହିବା ପାଇଁ କହିଥିଲେ । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ପରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର AIFF ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.