fbpx
BSKY
BJD SHG SKY
BJD YOUTH SKY

(Video)‘ଇଣ୍ଡିଆ ଜିନ୍ଦାବାଦ..’, ଭାରତୀୟ ନୌସେନାଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ମତ୍ସଜୀବୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆରବ ସାଗରରେ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଠାରେ ଭାରତୀୟ ନୌସେନାମାନେ ସମୁଦ୍ର ଲୁଟେରାଙ୍କୁ ଏକ ଉଚିତ ଶିକ୍ଷା ଦେଇଛନ୍ତି । ଏହି ସମୁଦ୍ର ଲୁଟେରାମାନେ ମାଛ ଧରାଳି ଇରାନୀ ଜାହାଜକୁ ହାଇଜ୍ୟାକ କରିନେଇଥିଲେ । ଏଥିରେ ୨୩ ଜଣ ପାକିସ୍ତାନୀ ନାଗରିକ ମଧ୍ୟ ଥିଲେ ।

ଭାରତୀୟ ନୌସେନାଙ୍କୁ ଏହି ଖବର ମିଳିବା ମାତ୍ରେ ତୁରନ୍ତ ସେହି ଜାହାଜ ପଛରେ ଯାଇଥିଲେ । ଏହାପରେ ଭାରତୀୟ ନୌସେନା ୨୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ସହ ୯ ଜଣ ସମୁଦ୍ର ଲୁଟେରାଙ୍କୁ ଆତ୍ମସମର୍ପଣ କରିବା ବାଧ୍ୟ କରାଇଥିଲେ । ଭାରତୀୟ ନୌସେନାଙ୍କର ଏପରି ଶକ୍ତି ପ୍ରଦର୍ଶନ ଦେଖି ପାକିସ୍ତାନୀ ମତ୍ସଜୀବୀ ଆଶ୍ଚର୍ଯ୍ୟ ହୋଇ ଇଣ୍ଡିଆ ଜିନ୍ଦାବାଦର ସ୍ଲୋଗାନ ଦେଇଛନ୍ତି।

ନୌସେନା ଏହି ଅପରେସନ ସହ ଜଡ଼ିତ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତୀୟ ନୌସେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଇଣ୍ଡିଆ ଜିନ୍ଦାବାଦ ସ୍ଲୋଗାନ ଦେଇଥିବା ନଜର ଆସିଛି । ଏହି ଘଟଣା ସମୟରେ ମତ୍ସଜୀବୀ ଜାହାଜଟି ୟେନେନର ସୋକୋଟ୍ରା ଦ୍ୱୀପଠାରୁ ପ୍ରାୟ ୯୦ ଏନଏମ ଦକ୍ଷିଣରେ ଥିଲା, ଯାହା ଆଡେନ ଗଲ୍ଫ ନିକଟ ଉତ୍ତର ପଶ୍ଚିମ ଭାରତ ମହାସାଗରରେ ଅବସ୍ଥିତ ।

Get real time updates directly on you device, subscribe now.