fbpx

ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ୨୫ ହଜାରକୁ ବୃଦ୍ଧି ପାଇଲା ଦେଶର ଜନ ଔଷଧି କେନ୍ଦ୍ର ସଂଖ୍ୟା

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଏହି ଅବସରରେ ମହିଳା କିଷାନ ଡୋନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏଥିସହିତ ସାରା ଦେଶଷର ଜନ ଔଷଧି କେନ୍ଦ୍ରଗୁଡ଼ିକର ସଂଖ୍ୟା ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଝାଡ଼ଖଣ୍ଡ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦେବଘର ପରିସରରେ ୧୦ ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାଙ୍କ ନେତୃତ୍ୱରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ର ଖୋଲାଯିବାର ଶୁଭାରମ୍ଭ କରାଯାଇଛି । ଏହାଫଳରେ ମହିଳା ଓ ସ୍ୱୟଂ ସୟାୟକ ଗୋଷ୍ଠୀ (ଏସଏଚଜି)କୁ ଆଜୀବିକା ସହାୟତା ନିମନ୍ତେ ଡ୍ରୋନ୍ ଉଡ଼ାଇବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିସହିତ ପରବର୍ତ୍ତୀ ୩ ବର୍ଷରେ ୧୫ ହଜାର ଡ୍ରୋନ ବିତରଣ କରାଯିବ ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ଲାଭାର୍ଥୀଙ୍କ ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଅବସରରେ ଝାଡ଼ଖଣ୍ଡର ଦେବଘରଠାରେ ୧୦,୦୦୦ତମ ଜନ ଔଷଧି କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଜନତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । କେନ୍ଦ୍ର ସରକାର ସମସ୍ତ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନେଇ ସୁନିଶ୍ଚିତ କରିବା ହେଉଛି ଏହି ଯୋଜନାର ପ୍ରକୃତ ଉଦ୍ଦେଶ୍ୟ । ଏହି ଅବସରରେ ମୋଦୀ ଓଡ଼ିଶାର ଜଣେ ଲାଭାର୍ଥୀଙ୍କ ସହିତ ଆଲୋଚନା କରିବା ସହିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ‘ମୋଦୀ କୀ ଗ୍ୟାରେଣ୍ଟି’ ଗାଡ଼ି ଓ ତାହା ଗାଁକୁ ଗାଁ ଯାଉଛି ବୋଲି କହିଥିଲେ ।

Get real time updates directly on you device, subscribe now.