fbpx

ନିଖିଲ ଗୁପ୍ତାଙ୍କ ପାଇଁ ଭାରତ-ଆମେରିକା ସମ୍ପର୍କରେ ପଡ଼ିବ ଫାଟ!

Advertisement

ୱାସିଂଟନ: ଆମେରିକାରେ ଖାଲିସ୍ତାନୀ ଆତଙ୍କବାଦୀ “ଗୁରପତୱନ୍ତ ସିଂ ପନ୍ନୁ”ଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହି ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଆମେରିକା ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକୀୟ ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛିି,‘ନିଖିଲ ଗୁପ୍ତା ଭାରତୀୟ ଅଧିକାରୀଙ୍କ ଇଶାରାରେ ପନ୍ନୁଙ୍କୁ ମାରିବାର ଷଡ଼ଯନ୍ତ୍ର ରଚିଥିଲେ। ଏହା ସହ ସେ ଆନ୍ତର୍ଜାତୀୟ ସ୍ତରରେ ନିଶା ଓ ଅସ୍ତ୍ରଶସ୍ତ୍ର ଚୋରା କାରବାର ମଧ୍ୟ ଜଡ଼ିତ ଥିଲେ।’ ତେବେ ଏହି ବିବୃତ୍ତିରେ ଗୁରପତୱନ୍ତ ସିଂ ପନ୍ନୁଙ୍କ ନାଁ ଦର୍ଶାଯାଇ ନଥିଲା। ହେଲେ ଏହି ଖୁଲାସା ପରେ ଭାରତ-ଆମେରିକା ରାଜନୈତିକ ସମ୍ବନ୍ଧରେ ତିକ୍ତତା ଦେଖାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଠାରେ କହି ରଖୁ ଯେ, ଗୁରପତୱନ୍ତ ସିଂ ପନ୍ନୁ ଶିଖ୍ ବିଛିନ୍ନତାବାଦୀ ଖାଲିସ୍ତାନୀ ଆନ୍ଦୋଳନର ଜଣେ ପ୍ରମୁଖ ସଦସ୍ୟ ଥିଲେ। ସେ ପଞ୍ଜାବକୁ ଭାରତରୁ ଅଲଗା କରିବା ପାଇଁ ସମର୍ଥନ କରୁଥିଲେ। ସେହିପରି ଭାରତରେ ସେ ଜଣାଶୁଣା ଆତଙ୍କବାଦୀ ଭାବରେ ପରିଚିତ ଥିଲେ।

କିଏ ଏହି ନିଖିଲ ଗୁପ୍ତା ?

ଆମେରିକୀୟ ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ ବିବୃତି ଅନୁଯାୟୀ, ନିଖିଲ ଗୁପ୍ତା ହେଉଛନ୍ତି ୫୨ ବର୍ଷୀୟ ଜଣେ ଭାରତୀୟ ନାଗରିକ। ସେ ଭାରତୀୟ ଏଜେନ୍ସି ଅଧିକାରୀ ‘CC-1’ ର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ। ତେବେ ଆମେରିକୀୟ ନ୍ୟାୟ ବିଭାଗ CC-1 ର ନାଁ ଗୁପ୍ତ ରଖିଛି । ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚେକ୍ ରିପବ୍ଲିକ୍ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବହିଷ୍କାର ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ଜୁନ୍ ୩୦ରେ ନିଖିଲଙ୍କୁ ଗିରଫ କରାଯାଇଥିଲା । CC-1 ଭାରତର କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ କାର୍ୟ୍ୟରତ ଥଲେ। ନିଖିଲ ପନ୍ନୁଙ୍କୁ ମାରିବା ପାଇଁ ହିଟ୍‌ମ୍ୟାନଙ୍କ ମଧ୍ୟରେ୧ ଲକ୍ଷ ଆମେରିକୀୟ ଡ଼ଲାର(ଭାରତୀୟ ମୁଦ୍ରାରେ ୮୩ ଲକ୍ଷ ଟଙ୍କା)ର ଡ଼ିଲ୍ ହୋଇଥିଲା । ପ୍ରଥମ ପେମେଣ୍ଟ ହେଲା ପରେ CC-1 ନିଖିଲଙ୍କୁ ପନ୍ନୁଙ୍କ ବଷୟରେ ଅଧିକ ତଥ୍ୟ ପ୍ରଦାନ କରିଥିଲେ। ଆମେରିକୀୟ ସୂତ୍ର ଅନୁଯାୟୀ, ଏହି ପୁରା ଷଡ଼ଯନ୍ତ୍ରର ଖୁଲାସା ହିଟ୍‌ମ୍ୟାନ୍ (ସୁପାରି କିଲର) ଯୋଗୁଁ ସମ୍ଭବ ହୋଇ ପାରିଥିଲା । ବାସ୍ତେବରେ ହିଟ୍‌ମ୍ୟାନ ଆମେରିକୀୟ ଏଜେନ୍ସିର ଜଣେ ଅଣ୍ଡର କଭର ଅଫିସର ଥିଲେ। ତେବେ ନିଖିଲ ଗୁପ୍ତାଙ୍କ ବିଷୟରେ ଏବେ ଅଧିକ ତଥ୍ୟ ଉପଲବ୍ଧ ନାହିଁ।

ସୂଚନା ଯୋଗ୍ୟ, ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଉଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏକ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟୋକ୍ତି ଦେବା ସହ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.