fbpx

ଲମ୍ବା ଓ ସୁନ୍ଦର କେଶ ରଖି ଗିନିଜ୍ ୱାର୍ଲ୍ଡ ରେକର୍ଡ, କେଶର ଲମ୍ବ ୭ ଫୁଟ ୯ ଇଞ୍ଚ

Advertisement

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସ୍ମିତା ଶ୍ରୀବାସ୍ତବ ନିଜର ଲମ୍ବା କେଶ ଲାଗି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ସ୍ମିତା ୧୪ ବର୍ଷରୁ କେଶ କାଟିବା ବନ୍ଦ କରିଦେଇଥିଲେ । ଏବେ ତାଙ୍କ କେଶ ବଢି ବଢି ୭ ଫୁଟ ୯ ଇଞ୍ଚ ହୋଇଛି ଯାହା ବିଶ୍ୱରେ ଏକ ରେକର୍ଡ । ୮୦ ଦଶକର ହିନ୍ଦୀ ଅଭିନେତ୍ରୀଙ୍କ ଲମ୍ବା କେଶ ଦ୍ୱାରା ପ୍ରଭାବିତ ହୋଇ ସ୍ମିତା ଲମ୍ବା କେଶ ରଖିବାକୁ ଇଚ୍ଛା କରିଥିଲେ ଓ ଏବେ ଏହି ଇଚ୍ଛା ତାଙ୍କୁ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେଇପାରିଛି ।
ସ୍ମିତା କହିଛନ୍ତି, ଭାରତୀୟ ସଂସ୍କୃତିରେ ଦେବୀମାନଙ୍କର ଦୀର୍ଘ କେଶ ଥିବାର ଦେଖାଯାଇଥାଏ । ଆମ ସମାଜରେ ମହିଳାମାନେ କେଶ କାଟିବାକୁ ଅଶୁଭ ମନେ କରାଯାଏ । ଏହା ସହିତ ଲମ୍ବା କେଶ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ।

ସ୍ମିତା ତାଙ୍କ କେଶର ବେଶ୍ ଯତ୍ନ ନେଇଥାନ୍ତି । ସେ ସପ୍ତାହକୁ ୨ ଥର ତାଙ୍କ କେଶ ଧୋଇଥାନ୍ତି । କେଶ ଧୋଇବା, ଶୁଖାଇବା, ଷ୍ଟାଇଲ୍ କରିବା ଆଦି କାର୍ଯ୍ୟରେ ତାଙ୍କର ପ୍ରାୟ ୩ ଘଣ୍ଟା ସମୟ ଯାଇଥାଏ । କେବଳ କେଶ ଧୋଇବାକୁ ସେ ୪୫ ମିନିଟ୍ ସମୟ ନେଇଥାନ୍ତି । କେଶ ଭଲ ଭାବରେ ଶୁଖିଗଲା ପରେ ଯାଇ ସେ ଏହାକୁ କୁଣ୍ଡାଇଥାନ୍ତି ଓ ବନ୍ କିମ୍ବା ଜୁଡା କରିଥାନ୍ତି ।

ସ୍ମିତା କହିଛନ୍ତି ସେ ଯେତେବେଳେ ଖୋଲା କେଶରେ ବାହାରକୁ ଯାଆନ୍ତି ସମସ୍ତଙ୍କ ନଜର ତାଙ୍କ କେଶ ଉପରେ ପଡିଥାଏ । ସେମାନେ ଏତେ ଲମ୍ବା କେଶ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରନ୍ତି ନାହିଁ । ଲୋକମାନେ ତାଙ୍କ ପାଖକୁ ଆସି ତାଙ୍କ କେଶକୁ ଛୁଇଁଥାନ୍ତି , ଫଟୋ ଉଠାଇଥାନ୍ତି ଓ କିପରି ସେ ଏହା କରିପାରିଛନ୍ତି ପଚାରି ବୁଝନ୍ତି ।

Get real time updates directly on you device, subscribe now.