fbpx

ଦୁନିଆରେ ଏମିତି ବି ମଣିଷ ଅଛନ୍ତି? ୫୦ ବର୍ଷ ହେଲା କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ ପିଇ ବଞ୍ଚିଛନ୍ତି ଜଣେ ମହିଳା

Advertisement

ନୂଆଦିଲ୍ଲୀ: ମଣିଷ ବଞ୍ଚିବା ପାଇଁ ପ୍ରତ୍ୟେକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଗୋଟିଏ ଦିନ ନ ଖାଇଲେ ଆମକୁ ହାଲିଆ ଲାଗେ ଓ କାମ କରିବାକୁ ବଳ ପାଏନି । ତେବେ ଜଣେ ମହିଳା କୌଣସି ଖାଦ୍ୟ ସେବନ ନକରି କେବଳ ପାଣି ଓ କୋଲ୍ଡ ଡ୍ରିଙ୍କ ପିଇ ବର୍ଷ ବର୍ଷ ବଞ୍ଚିପାରିଛନ୍ତି । ଏଭଳି ଏକ ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, ଭିଏତନାମରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ସେଠାରେ ରହୁଥିବା ଜଣେ ୭୫ ବର୍ଷୀୟା ମହିଳା ଦୀର୍ଘ ୫୦ ବର୍ଷ ଧରି କୌଣସି କଠିନ ଖାଦ୍ୟ ଖାଇନଥିବା ଦାବି କରିଛନ୍ତି । ସେ କେବଳ ପାଣି ଓ ଚିନିଯୁକ୍ତ ଶଫ୍ଟ ପାନୀୟ ସାହାରାରେ ଜୀବିତ କରିଥିବା କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଭିଏତନାମର କ୍ୱାଙ୍ଗ ବିନହ ରାଜ୍ୟରେ ରହୁଥିବା ବୁଇ ଥି ଲୋଇ ଏପରି ଡାଏଟ ପରେ ବୟସ ହିସାବରେ ବହୁ ଭଲ ଦେଖାଯାଉଛନ୍ତି ।

ବୁଇ କହିଛନ୍ତି, ୧୯୬୩ରେ ଯୁଦ୍ଧ ସମୟରେ ଆହତ ସୈନିକଙ୍କ ଚିକିତ୍ସା ନିମନ୍ତେ ଅନ୍ୟ ମହିଳାଙ୍କ ସହିତ ସେ ପାହାଢ଼ ଚଢ଼ୁଥିବା ସମୟରେ ଏହା ତାଙ୍କ ଜୀବନରେ ଆରମ୍ଭ ହୋଇଥିଲା । ସେହି ସମୟରେ ତାଙ୍କ ଶରୀରରେ ବିଜୁଳି ଝଟକା ଲାଗିଥିଲା ଓ ସେ ତଳେ ପଡ଼ି ବେହୋସ୍ ହୋଇଯାଇଥିଲେ । ତାଙ୍କର ଜୀବନ ବଞ୍ଚିଯାଇଥିଲା ସତ ମାତ୍ର ସେ ପୂର୍ବାପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଥିଲେ । ହୋସ ଆସିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ କିଛି ଖାଇ ନଥିଲେ । ସେଥିପାଇଁ ତାଙ୍କର ବନ୍ଧୁମାନେ ତାଙ୍କୁ ମିଠା ପାଣି ଦେବା ଆରମ୍ଭ କରିଥିଲେ । ବିଜୁଳି ଝଟକା ପରେ ସେ କଠିନ ଖାଦ୍ୟ, ଫଳ ଖାଇବା ଆରମ୍ଭ କରିଦେଇଥିଲେ । ମାତ୍ର ଏହା ତାଙ୍କ ପାଇଁ ଜରୁରୀ ନଥିବା ସେ ଅନୁଭବ କରିଥିଲେ । ୧୯୭୦ରେ ସେ ସବୁଦିନ ପାଇଁ କଠିନ ଖାଦ୍ୟ ଖାଇବା ଛାଡ଼ିଦେଇଥିଲେ ଓ କେବଳ ପାଣି ଓ ଶଫ୍ଟ ପାନୀୟ ଉପରେ ନିର୍ଭର କରିଥିଲେ । ବାସ୍ତବିକ ବୁଇଙ୍କର ଏହି ଅଜବ କାହାଣୀ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ ।

Get real time updates directly on you device, subscribe now.