fbpx

ଓଡିଶାକୁ ଗର୍ବିତ କରାଇଲେ ଓଡ଼ିଆ ଝିଅ: ଦେଶର ପ୍ରଥମ ମହିଳା ADC ହେଲେ ମନୀଷା ପାଢ଼ୀ

Advertisement

ଓଡିଶା ଭାସ୍କର: ଆଜି ଭାରତ ବର୍ଷ କାହିଁକି ବିଶ୍ୱରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆରବିଆଇ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ୟ୍ୟନ୍ତ ଓଡ଼ିଆ ଆଜି ବହୁ ଆଗରେ ରହିଛନ୍ତି। ତେବେ ଏହାରି ଭିତରେ ଓଡ଼ିଆଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ଆସିଛି। ଜଣେ ଓଡ଼ିଆ ଝିଅ ଭାବେ ସେ ଆଜି ଓଡିଶାକୁ ଗର୍ବିତ କରାଇଛନ୍ତି ଓ ଦେଶର ପ୍ରଥମ ମହିଳା ADC ଭାବେ ନାମ ଲେଖାଇଛନ୍ତି।

ସୂଚନା ଥାଉକି, ଓଡ଼ିଆ ଝିଅ ମନୀଷା ପାଢ଼ୀ ଦେଶର ପ୍ରଥମ ମହିଳା ଇଊଉ ହୋଇଛନ୍ତି । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି। ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ।

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀଙ୍କ ଘର ବ୍ରହ୍ମପୁରରେ ହେଲେ ତାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ଏହା ପୂର୍ବରୁ ମନୀଷା ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ। ଆଉ ଶେଷରେ ଗତକାଲି ମନୀଷା ADC ପଦବୀରେ ଯୋଗଦେଇଛନ୍ତି। ଝିଅର ଏହି ସଫଳତାରେ ବେଶ୍‌ ଖୁସି ଥିବା ମନୀଷାଙ୍କ ମା’ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଝିଅ ୨୦୧୫ ମସିହାରେ ଏୟାର ଫୋର୍ସରେ ଜଏନ କରିଥିଲା। ନୂଆ ଦାୟିତ୍ୱ ପାଇ ଝିଅ ବହୁତ ଖୁସି ଅଛି। ତା’ ସହ ଫୋନ୍‌ରେ କଥା ହୋଇଥିଲି। ଝିଅ ଖୁସିରେ ଆମେ ବି ଖୁବ୍‌ ଖୁସି ଅଛୁ। ଅନ୍ୟପଟେ ମନୀଷାଙ୍କ ଏହି ସଫଳତା ପାଇଁ ଓଡିଶାରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ଓଡ଼ିଆ ଝିଅ ଦେଶର ପ୍ରଥମ ମହିଳା ADC ହୋଇଥିବାରୁ ଓଡ଼ିଶାବାସୀ ନିଜକୁ ଗର୍ବ ମନେ କରିଛନ୍ତି ।

Get real time updates directly on you device, subscribe now.