fbpx

ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ, ସ୍ୱାମୀ ଅଟକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀର ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ତାଙ୍କ ତାଙ୍କ ଘରୁ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ ମିନୁଶ୍ରୀ ପ୍ରହରାଜ (୫୨) । କମିଶନରେଟ୍‌ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ପ୍ଲଟ ନମ୍ବର ୨୪ରେ ମିନୁଶ୍ରୀ ପ୍ରହରାଜ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ । ଗୁରୁବାର ଦିନ ପ୍ରାୟ ୧୧ ଟା ବେଳେ ମିନୁଶ୍ରୀଙ୍କ ମୃତଦେହ ତାଙ୍କ ଘରେ ପଡି ରହିଥିବା ସୂଚନା ପାଇଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ସହ ମିନୁଶ୍ରୀଙ୍କ ସ୍ୱାମୀ ବିଷ୍ଣୁ ମୋହନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି ।

Get real time updates directly on you device, subscribe now.