fbpx
BJD
BJD SKY
BJD SKY

Video: ଲୋକାଲ ଟ୍ରେନରେ ମହିଳାଙ୍କ ମଧ୍ୟରେ ହିଂସାତ୍ମକ ଝଗଡା, କେହି କାହାରିକୁ ଛାଡିବାକୁ ନାରାଜ

ମୁମ୍ବାଇ: ଭାରତ ଭଳି ବିଶାଳ ଦେଶରେ ବସ କିମ୍ବା ଟ୍ରେନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ଏହି ଗହଳିକୁ ନେଇ ଅନେକ ସମୟରେ ଝଗଡା ହେବାର ନଜିର ମଧ୍ୟ ରହିଛି। ବର୍ତ୍ତମାନ ମୁମ୍ବାଇର ଏକ ସ୍ଥାନୀୟ ଟ୍ରେନ୍ ଭିତରେ ତିନିଜଣ ମହିଳାଙ୍କ ମଧ୍ୟରେ ଭୟଙ୍କର ଝଗଡା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପକୁ ରବିବାର ଦିନ ଟ୍ୱିଟରରେ ଏକ ‘ରୋଡ୍ସ ଅଫ୍ ମୁମ୍ବାଇ’ ବ୍ୟବହାରକାରୀ ସେୟାର କରିଛନ୍ତି।

ଏହି କ୍ଲିପ୍‌ରେ ମହିଳାମାନେ ମହିଳା କମ୍ପାର୍ଟମେଣ୍ଟ ଭିତରେ ହିଂସାତ୍ମକ ଝଗଡା କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ପରସ୍ପରର ଚୁଟିକୁ ଧରି ଘୁମାଉଥିବା, ଚାପୁଡ଼ା ମାରିବା ଏବଂ ଟାଣୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ, ଅନ୍ୟ ଯାତ୍ରୀମାନେ ଏମାନଙ୍କ ମଧ୍ୟରେ ଝଗଡ଼ାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା କରିବାରେ ବିଫଳ ହୋଇଥିଲେ। କ୍ଲିପ୍‌ରେ ଥିବା ଅନ୍ୟମାନେ ‘ମା, ଛାଡିଦିଅ’ କହୁଥିବାର ଶୁଣିବାକୁ ମିଳିଥିଲା। ସୂଚନା ଅନୁସାରେ ଗୋଟିଏ ସିଟକୁ ନେଇ ତିନି ଜଣ ଯାତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।

ମୁମ୍ବାଇର ସ୍ଥାନୀୟ ଟ୍ରେନରେ ଏହା ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବରୁ, ଅନ୍ୟ ଏକ ଘଟଣାରେ ମୁମ୍ବାଇ ଟ୍ରେନର ଲେଡିଜ୍ କମ୍ପାର୍ଟମେଣ୍ଟରେ ସହ-ଯାତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏକ ଭାଇରାଲ ଭିଡିଓରେ ଥାନେ-ପାନଭେଲ ସ୍ଥାନୀୟ ଟ୍ରେନରେ ମହିଳାମାନେ ପରସ୍ପର ସହ ଝଗଡା କରୁଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.