fbpx

ଭାରତକୁ ଚକମା ଦେଲା ବ୍ରାଜିଲ: ୫-୦ରେ ମ୍ୟାଚ ଉପରେ କବଜା

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଭାରତକୁ ଲାଗିଛି ଆଉ ଏକ ଝଟକା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବ୍ରାଜିଲ-ଭାରତ ଫୁଟବଲ ମ୍ୟାଚରେ ବିଜୟ ହାସଲ କରିଛି ଅତିଥି ଦଳ । ୫-୦ରେ ଏହି ମ୍ୟାଚକୁ ଜିତି ଭାରତକୁ ଦେଇଛି ଏକ ଶକ୍ତ ଝଟକା । ଶେଷ ଲିଗ ମ୍ୟାଚରେ ମଧ୍ୟ ଭାରତର ଏକ ନିରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି ।

ଫିଫା ବିଶ୍ୱକପର ଶେଷ ଲିଗ ମ୍ୟାଚରେ ପୁଣି ଦର୍ଶକଙ୍କୁ ନିରାଶ କରିଛି ଟିମ ଇଣ୍ଡିଆ । ବ୍ରାଜିଲ ବିପକ୍ଷରେ ଗୋଟିଏ ବି ଗୋଲ କରିବାରେ ସଫଳ ହୋଇନି ଦଳ । ଫଳରେ ୫-୦ ଗୋଲରେ ଏହି ମ୍ୟାଚକୁ କବଜା କରିଛି ବ୍ରାଜିଲ । ଲିଗ ଷ୍ଟେଜର ୩ଟି ଯାକ ମ୍ୟାଚରେ ପରାଜୟର ସାମନା କରି ଦଳ ଏବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । କେବଳ ୩ଟି ଯାକ ମ୍ୟାଚରେ ପରାଜୟ ନୁହେଁ, କୌଣସି ବି ମ୍ୟାଚରେ ଗୋଟିଏ ଗୋଲ ସ୍କୋର କରିବାରେ ବିଫଳ ହୋଇଛନ୍ତି ଟିମ ଇଣ୍ଡିଆର ସମସ୍ତ ଖେଳାଳି । ଯାହା ଫଳରେ ଦଳ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ।

ଏହାପରେ ଦର୍ଶକମାନଙ୍କ ମଧ୍ରରେ ନିରାଶା ଭାବ ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ୍ ବମହିଳା ଫିଫା ବିଶ୍ୱକପରେ ଭାଗ ନେଇଥିଲା ଟିମ ଇଣ୍ଡିଆ । କିନ୍ତୁ କୌଣସି ମ୍ୟାଚରେ ଗୋଲ ନ ଦେଇ ପାରି ପରାଜୟର ସାମନା କରିବାକୁ ପଡିଛି । ଏହା ସହିତ ବିଶ୍ବକପରୁ ମଧ୍ୟ ଦଳ ବାଦ ପଡିଛି ।

Get real time updates directly on you device, subscribe now.