fbpx

(Video) ଛିଃ… ମନ୍ଦିର ଭିତରେ ଏମିତି କରୁଥିଲେ ମହିଳା ପୋଲିସ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବର୍ତ୍ତମାନ ଯୁବବର୍ଗଙ୍କୁ ଘାରିଛି ସୋସିଆଲ ମିଡିଆର ରିଲ୍ ନିଶା । କାମଧନ୍ଦା ଛାଡ଼ି ସମସ୍ତେ ରିଲ କରିବାରେ ପାଗଳ ହୋଇ ଯାଇଛନ୍ତି । କେବଳ ସାଧାରଣ ଲୋକ କିମ୍ବା ଛାତ୍ରଛାତ୍ରୀ ନୁହେଁ, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଏଥିରୁ ନିବୃତ୍ତ ରହି ପାରୁ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ନିଜ କର୍ତ୍ତବ୍ୟ ଭୁଲି ଦୁଇ ଜଣ ମହିଳା ପୋଲିସ ଏଭଳି କିଛି କାଣ୍ଡ ଘଟାଇଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ୟୁନିଫର୍ମ ପିନ୍ଧି ମନ୍ଦିର ଭିତରେ କରିତିବା ଅଜବ କାଣ୍ଡ ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଛି ।

ସୋସିଆଲ ମିଡିଆ କାହାପାଇଁ ବରଦାନ ପାଲଟୁଥିବା ବେଳେ କାହା ପାଇଁ ଏହା ଅଭିଶାପ ପାଲଟିଯାଉଛି । ସେହିପରି ନିକଟରେ ଏକ ମହିଳା ପୋଲିସଙ୍କୁ ଭାରି ପଡିଛି ତାଙ୍କ ରିଲ୍ ଭିଡିଓ । ଯାହା ଖବର ମିଳିଛି ବିହାରର ବୋଧଗୟାସ୍ଥିତ ମହାବୋଧି ମନ୍ଦିରର ସୁରକ୍ଷା ପାଇଁ ଅନେକ ମହିଳା କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ତେବେ ଡିୟୁଟି ସମୟରେ ଫୋନ ଧରି ଦୁଇଜଣ ମହିଳା କନେଷ୍ଟବଳ ରିଲ୍ସ କରିଥିଲେ । ଏହି ରିଲ୍ସ ଡିସେମ୍ବର ୨ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା । ପୋଷ୍ଟ ହେବାପରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କନଷ୍ଟେବଳ ହିନ୍ଦୀ ଗୀତର ତାଳେ ତାଳେ ନାଚି ନାଚି ରିଲ୍ସ କରୁଛନ୍ତି । ତେବେ ଡ୍ୟୁଟିରେ ନିୟୋଜିତ ଥିବା ତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ତଦନ୍ତ ପରେ ୨ ମହିଳାଙ୍କୁ ସସମପେଣ୍ଡ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ୟୁନିଫର୍ମ ପିନ୍ଧି ମନ୍ଦିର ଭିତରେ ଯାହା କରୁଥିଲେ । ଲୋକେ ପୋଲିସକର୍ମୀଙ୍କ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ୨ଜଣ ହେଉଛନ୍ତି ମହିଳା ବିଏସଏଫ ଯବାନ । ଏମାନଙ୍କୁ ସୋସିଆଲ ମିଡିଆ କି ବାଇୟା କଲା ଯେ, ମନ୍ଦିର ଭିତରେ ନାଚି ନାଚି ଠୁମକା ମାରୁଥିଲେ । ରିଲସ ବନାଉଥିଲେ । ହେଲେ କେବେ ଭାବି ନଥିଲେ ତାଙ୍କ ସହ ଏମିତି କିଛି ଘଟିବ ବୋଲି । ସମସ୍ତେ କରୁଛନ୍ତି ଆମେ କରିବୁ କହି ହିନ୍ଦୀ ଗୀତରେ ରିଲ୍ ଭିଡିଓ କରୁଥିଲେ । ଆଉ ଭିଡିଓଟି ଏତେ ଭାଇରାଲ ହେଲା ଯେ ଚାକିରି ନେଇଗଲା ।

Get real time updates directly on you device, subscribe now.