fbpx
BSKY
BJD MC SKY
BJD YOUTH SKY

ଅଫିସରେ ମହିଳା ସହକର୍ମୀଙ୍କ ଫିଗରକୁ ସୁନ୍ଦର କହିବା ଏବଂ ଡେଟରେ ଯିବାକୁ ପଚାରିବା ମଧ୍ୟ ଯୌନ ଉତ୍ପୀଡ଼ନ: କୋର୍ଟ

ମୁମ୍ବାଇ : ଅଫିସରେ ଯୌନ ଉତ୍ପୀଡ଼ନର ଏକ ମାମଲାର ଶୁଣାଣି କରି ମୁମ୍ବାଇ କୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ମହିଳା ସହକର୍ମୀଙ୍କୁ କହିବା ଯେ ତାଙ୍କ ଫିଗର ସୁନ୍ଦର, ସେ ନିଜକୁ ଭଲ ଭାବରେ ମେଣ୍ଟେନ ରଖିଛନ୍ତି, ଏହା ମଧ୍ୟ ଅପରାଧ ଶ୍ରେଣୀରେ ଆସୁଛି ।

କୋର୍ଟଙ୍କ କହିବା ମୁତାବକ, ଜଣେ ମହିଳା ସହକର୍ମୀଙ୍କ ଫିଗରକୁ ପ୍ରଶଂସା କରିବା ଏବଂ ତାଙ୍କୁ ଡେଟରେ ଯିବାକୁ କହିବା ଯୌନ ଉତ୍ପୀଡ଼ନ। ଏହା ସହିତ ଯୌନ ନିର୍ଯାତନା ଅଭିଯୋଗରେ ରିଅଲ ଇଷ୍ଟେଟ କମ୍ପାନୀର ଦୁଇଜଣ କର୍ମଚାରୀଙ୍କୁ ଜାମିନ ପ୍ରଦାନ କରିବାକୁ କୋର୍ଟ ମନା କରିଦେଇଛନ୍ତି।
ଖବର ଅନୁଯାୟୀ, ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜାମିନ ଆବେଦନ ଶୁଣାଣିବେଳେ ମୁମ୍ବାଇର ସେସନ୍ସ କୋର୍ଟର ବିଚାରପତି ଏ.ଜେ ଖାନ କହିଛନ୍ତି ଏହା ଏକ ମାମଲା ନୁହେଁ ଯେଉଁଥିରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବା ଉଚିତ। ଏହି ପ୍ରସଙ୍ଗରେ ଅନେକ ଦିଗ ଅଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିବା ଆବଶ୍ୟକ। ନଚେତ ମାମଲା ପ୍ରଭାବିତ ହୋଇପାରେ ।

ଏହି ମାମଲାରେ ରାୟ ଦେବାବେଳେ କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ଅଭିଯୁକ୍ତଙ୍କ ପିତା ତଥା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ପୀଡିତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଏଥିରେ କୌଣସି ସନ୍ଦେହ ନାହିଁ ମାମଲା ଗମ୍ଭୀର ଏବଂ ଏହା ଜଣେ ମହିଳାଙ୍କ ସମ୍ମାନ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ଅନ୍ୟପକ୍ଷରେ, ଦ୍ୱିତୀୟ ଅଭିଯୁକ୍ତ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହିତ ତାଙ୍କ ସମ୍ମାନକୁ ମଧ୍ୟ ଆଘାତ ଦେଇଛନ୍ତି। କେବଳ ଏତିକି ନୁହେଁ ଅଫିସରେ ଖରାପ ଭାଷା ମଧ୍ୟ ବ୍ୟବହାର କରାଯାଇଛି।

ପ୍ରକୃତରେ, ରିଏଲ ଇଷ୍ଟେଟ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ୨୪ ଏପ୍ରିଲ୨୦୨୩ରେ ତାଙ୍କ ପୁରୁଷ ସହକର୍ମୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୁକ୍ତମାନେ କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ସେଲ୍ସ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି। ପୀଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୩୫୪-ଏ, ୩୫୪-ଡି ଏବଂ ୫୦୯ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ପୀଡିତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ପ୍ରମାଣ ଏବଂ ସାକ୍ଷୀମାନେ ଦର୍ଶାଇଛନ୍ତି ଅଭିଯୁକ୍ତ ତାଙ୍କୁ ମାର୍ଚ୍ଚ ୧ ରୁ ଏପ୍ରିଲ ୧୫ ମଧ୍ୟରେ ଯୌନ ନିର୍ଯାତନା ଦେଇଥିଲେ। ଏଥିସହ ଅଭିଯୁକ୍ତ ମହିଳାଙ୍କୁ କହିଥିଲେ, ମ୍ୟାଡାମ, ଆପଣ ନିଜକୁ ମେଣ୍ଟେନ କରି ରଖିଛନ୍ତି।

ତୁମର ଫିଗର ବହୁତ ସୁନ୍ଦର। ତୁମେ ମୋ ସହିତ ବାହାରକୁ ଡେଟରେ ଯିବାକୁ ଚିନ୍ତା କରିଛ କି? ’ ସେମାନେ ତାଙ୍କୁ ହଇରାଣ କରୁଥିଲେ ଏବଂ ଶାରୀରିକ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେମାନଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି ବୋଲି ମଧ୍ୟ ସେମାନେ କହିଛନ୍ତି। ଉଭୟ ପକ୍ଷର ଶୁଣାଣି ପରେ ସେସନ୍ କୋର୍ଟ କହିଛନ୍ତି ଯେ ଉଭୟଙ୍କ ବିରୋଧରେ ପ୍ରିମା ଫେସ୍ ଏକ ମାମଲା ରୁଜୁ ହୋଇଛି। ଜଷ୍ଟିସ ଏଜ ଖାନ କହିଛନ୍ତି ଯେ ଏହା ଏକ ମାମଲା ନୁହେଁ ଯେଉଁଥିରେ ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରାଯାଇପାରିବ। ମହିଳା ଜଣକ ଏହା ପୂର୍ବରୁ ତାଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.