fbpx

ବିଚ୍ ରାସ୍ତାରେ ଯୁବକଙ୍କୁ ପିଟି ଦେଇଗଲେ ଯୁବତୀ: ଦେଖନ୍ତୁ Viral Video

ନୂଆଦିଲ୍ଲୀ: ରାସ୍ତା ମଝିରେ ଜଣେ ଯୁବକଙ୍କୁ ପିଟିଛନ୍ତି ଯୁବତୀ । ଏହି ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ମଧ୍ୟ ହୋଇଛି । ଘଟଣାଛି ଘଟିଛି ମଧ୍ୟପ୍ରଦେଶର ଭୋପାଳରେ । ଭୋପାଳରେ ଭିଡିଓରେ ଦେଖା ଯାଉଥିବା ଯୁବତୀ ଜଣକ ଗାଡି ନେଇ ଯାଉଥିବା ବେଳେ ଏହି ଯୁବକଙ୍କ ଗାଡି ସହିତ ଧକ୍କା ହୋଇଥିଲା । ଏଥିରେ ଉତକ୍ଷିପ୍ତ ଯୁବତୀ ଜଣଙ୍କ ଯୁବକଙ୍କୁ ଗାଳି ଦେବା ସହିତ ମାଡ ମାରିଥିଲେ ।

ଏହି ଘଟଣା ପରେ ନିକଟରେ ଥିବା ଲୋକ ଉଭୟଙ୍କୁ ରୋକିବାକୁ ପ୍ରୟାସ କରିଥିଲେ । ତେବେ ନଛୋଡ ବନ୍ଧା ଯୁବତୀ ଜଣଙ୍କ କିନ୍ତୁ କସି ଦେଇ ଯାଇଥିଲେ । ଭିଡିଓଟି ଭାଇରାଲ ହେବା ଯୁବତୀଙ୍କ ଏତାଦୃଶ ବ୍ୟବହାରକୁ ଅନେକ ଲୋକ ସମାଲୋଚନା କରିଥିବା ବେଳେ କିଛି ଲୋକ ଦବଙ୍ଗ ଲେଡି ବୋଲି ସମ୍ବୋଧନ କରିଛନ୍ତି ।

Get real time updates directly on you device, subscribe now.