fbpx
BSKY
BJD MC SKY
BJD YOUTH SKY

ଝାରସୁଗୁଡା ଉପନିର୍ବାଚନରେ ମହିଳାଙ୍କର ରହିବ ମୁଖ୍ୟ ଭୂମିକା: ବାଛିବେ ଉପଯୁକ୍ତ ନେତା

ଝାରସୁଗୁଡା: ଆଜିଠୁ ଆରମ୍ଭ ହେଉଛି ଝାରସୁଗୁଡା ଉପନିର୍ବାଚନର ରଣ ହୁଙ୍କାର । ଏହି ଉପନିର୍ବାଚନରେ ନୂଆ ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । କିନ୍ତୁ ଏବେଠୁ ଉପନିର୍ବାଚନର ଫଳାଫଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଚଳିତବର୍ଷ ଏଠାକାର ମହିଳାମାନେ ହିଁ ମତଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଝାରସୁଗୁଡା ଭବିଷ୍ୟତକୁ ବାଛିବା ପାଇଁ ମହିଳାଙ୍କ ସମର୍ଥନ ଖୁବ ସହାୟକ ହୋଇପାରେ ।

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜିଠୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି । ତେବେ ଏହି ଆସନ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ୩ ପ୍ରମୁଖ ଦଳ ମହିଳାଙ୍କ ଉପରେ ଫୋକସ କରିଛି । କାରଣ ମହିଳା ଚଳିତବର୍ଷର ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ବିଧାନସଭା ନିର୍ବାଚନର ପୁଲିଂ ଏବଂ ଏଠାକାର ଭୋଟର ତାଲିକାରେ ମହିଳାଙ୍କ ଗୁରୁତ୍ୱ ଅନୁମାନ କରି ହେଉଛି । ଚଳିତ ଥର ଇଲେକ୍ସନ ପାଇଁ ମହିଳା ଭୋଟରଙ୍କ ସଂଖ୍ୟା ଖୁବ ଅଧିକ ରହିଛି । ଉପନିର୍ବାଚନରେ ବିଧାନସଭା ନିର୍ବାଚନ ମଣ୍ଡଳୀରରେ ମୋଟ ୨ ଲକ୍ଷ ୨୧ ହଜାର ୯୯୮ ଜଣ ଭୋଟରଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତେବେ ଏମାନଙ୍କ ମଧ୍ୟରେ ୧ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ଏହାଠାରୁ ଅଧିକ ରହିଛି । ସେପଟେ ଏହି ତାଲିକାରେ ୧ଲକ୍ଷ ୧୧ ହଜାର ୬୮୭ ଜଣ ମହିଳା ଭୋଟର ରହିଛନ୍ତି । ତେଣୁ ମହିଳାଙ୍କ ଭୋଟ ସଂଖ୍ୟା ପ୍ରତ୍ୟେକ ଦଳ ପାଇଁ ଏକ୍ସ ଫ୍ୟାକ୍ଟର ଭାବେ କାମ କରିପାରେ ।

ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ଦୀପାଳିଙ୍କୁ ଏଠାରେ ଜଣେ ପ୍ରାର୍ଥୀଭାବେ ଟିକେଟ ଦେଇ ମହିଳାଙ୍କର ସମସ୍ତ ଭୋଟ ହାତେଇବା ପାଇଁ ଚେଷ୍ଟା କରୁଛି ବିଜେଡି । ଅନ୍ୟ ପକ୍ଷରେ କଂଗ୍ରେସ ସ୍ୱର୍ଗତ ବିଧାୟକ ବୀରେନ ପାଣ୍ଡେଙ୍କୁ ପୁଅ ତୁଣଙ୍କୁ ମିଳିଛି ଟିକେଟ । ତେବେ ବିଜେପି ଝାରସୁଗୁଡା ବିଧାନସଭା ଆସନ ପାଇଁ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛି । ବର୍ତ୍ତମାନ ବିଧାନସଭା ଆସନ ଲଢେଇର ଶେଷ ଦିନକୁ ଅପେକ୍ଷା । କିଏ କରିବ ବାଜିମାତ୍?

Get real time updates directly on you device, subscribe now.