fbpx

Women’s World Boxing Championships: ନିଖତ୍, ନୀତୁ, ଲଭଲିନା ଏବଂ ସ୍ଵୀଟି ଫାଇନାଲରେ, ଭାରତ ପାଇଁ ଚାରୋଟି ରୌପ୍ୟ ପଦକ ପକ୍କା

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ମହିଳା ବକ୍ସରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ନିଖତ୍ ଜରିନ୍, ନୀତୁ ଘାଙ୍ଗସ୍, ଲୋଭଲିନା ଏବଂ ସ୍ଵୀଟି ବୋହରା ଫାଇନାଲରେ ପ୍ରବେଶ କରିଛନ୍ତି। ୫୦ କିଲୋଗ୍ରାମ ଓଜନ ବର୍ଗରେ ନିଖତ୍ ଜରିନ ସେମିଫାଇନାଲ ମ୍ୟାଚରେ କଲମ୍ବିଆର ଇନଗ୍ରିଡ ଭାଲେନ୍ସିୟାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ, ନୀତୁ ଘାଙ୍ଗାସ ୪୮ କିଲୋଗ୍ରାମ ଓଜନ ବର୍ଗରେ କାଜାଖସ୍ତାନର ଆଲୁଆ ବାଲକିବେକୋଭାଙ୍କୁ ପରାସ୍ତ କରିଛନ୍ତି। ଲୋଭଲିନା ୭୫ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ଚାଇନାର ଲି କୁଆନଙ୍କୁ ପରାସ୍ତ କରିଛନ୍ତି ଏବଂ ୮୧ କିଲୋଗ୍ରାମ ବର୍ଗର ସେମିଫାଇନାଲରେ ସ୍ଵୀଟି ଅଷ୍ଟ୍ରେଲିଆର ଏମା ଗ୍ରୀଣ୍ଟିଙ୍କୁ ପରାସ୍ତ କରିଛନ୍ତି।

ଫାଇନାଲ ମ୍ୟାଚ ପୂର୍ବରୁ ଅନ୍ତତଃ ପକ୍ଷେ ଚାରିଜଣ ଭାରତୀୟ ବକ୍ସର ଏହି ପ୍ରତିଯୋଗିତାରେ ପଦକ ପାଇବାକୁ ନିଶ୍ଚିତ କରିଛନ୍ତି। ନିଖତ, ଲୋଭଲିନା, ନୀତୁ ଏବଂ ସ୍ଵୀଟି ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ କରିଛନ୍ତି।

ତେବେ ଭାରତର ସାକ୍ଷୀ ଚୌଧୁରୀ ୫୨ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଚାଇନାର ୟୁ ୱୁଙ୍କୁ ହରାଇ ପ୍ରତିଯୋଗିତାରୁ ବାଦ ପଡିଥିଲେ। ୨୦୨୨ ବ୍ରୋଞ୍ଜ ପଦକ ବିଜେତା ମନୀଷା ମୌନ ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଫ୍ରାନ୍ସର ଆମିନା ଜିଡାନୀଙ୍କ ଠାରୁ ପରାସ୍ତ ହୋଇଥିଲେ। ୬୦ କିଲୋଗ୍ରାମ ବର୍ଗରେ ଜାସ୍ମିନ୍ କଲମ୍ବିଆର ପାଓଲୋ ଭାଲଡେଜଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୮୧ କିଲୋଗ୍ରାମରୁ ଅଧିକ ବର୍ଗରେ ନୁପୁର କାଜାଖସ୍ତାନର ଲାଜତ କୁଙ୍ଗବେଏଭାଙ୍କ ଞ୍ଜରୁ ୪-୩ରେ ପରାସ୍ତ ହୋଇଥିଲେ।

Get real time updates directly on you device, subscribe now.