fbpx
BJD SKY
BJD SKY

Women’s World Cup 2022: ଆସନ୍ତାକାଲି ଭାରତ ଓ ପାକିସ୍ତାନ ମୁକାବିଲା, ଏଠାରେ ଦେଖନ୍ତୁ ଲାଇଭ୍

BJD

ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ରବିବାର ଠାରୁ ଦିନିକିଆ ବିଶ୍ୱକପ୍ ରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ପ୍ରଥମ ମୁକାବିଲାରେ ହିଁ ଚିର-ପ୍ରତିଦ୍ୱନ୍ଦୀ ପାକିସ୍ତାନ ଦଳ ସହିତ ସାମନା-ସାମନୀ ହେବାକୁ ଯାଉଛି ଭାରତୀୟ ଦଳ । ତେବେ ଟିମ୍ ର ରେକର୍ଡ ପାକିସ୍ତାନ ସହିତ ଖୁବ୍ ଭଲ ରହିଛି । ଟିମ୍ ସବୁଥର ପାକିସ୍ତାନକୁ ମାତ୍ ଦେଇଛି । ତେଣୁ ଏଥର ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି କ୍ରିକେଟ୍ ଫ୍ୟାନ୍ସ ମାନେ ଆଶା କରୁଛନ୍ତି ।

ଏହା ବ୍ୟତୀତ ଦିନିକିଆର ଓଭରଅଲ୍ ରେକର୍ଡ କଥା ଯଦି କହିବା ତାହେଲେ ସମସ୍ତ ୧୦ଟି ମ୍ୟାଚ୍ ଭାରତୀୟ ଟିମ୍ ଜିତିଛି । ଏହିଥର ମଧ୍ୟ କ୍ୟାପଟେନ୍ ମିତାଲୀ ରାଜ୍ ପୂର୍ବ ରେକର୍ଡକୁ ବଜାୟ ରଖିବେ । ଭାରତୀୟ ଟିମ୍ ୨୦୧୭ରେ ହୋଇଥିବା ଶେଷ ଦିନିକିଆ ବିଶ୍ୱକପ୍ ର ଫାଇନାଲ୍ ରେ ପହଞ୍ଚିଥିଲା । ତେଣୁ ଏହି ରେକର୍ଡକୁ ସେ ବଜାୟ ରଖିବାକୁ ଉଦ୍ୟମ କରିବେ ।

ଭାରତ-ପାକିସ୍ତାନ ମୁକାବିଲା ମାର୍ଚ୍ଚ ୬ ତାରିଖରେ ଭାରତୀୟ ସମୟାନୁସାରେ ସକାଳ ୬ଟା ୩୦ ମିନିଟ୍ ରେ ହେବ । ଭାରତୀୟ ଫ୍ୟାନ୍ସ ମାନେ ଏହି ମ୍ୟାଚ୍ କୁ ଷ୍ଟାର୍ ସ୍ପୋର୍ଟସ୍ ନେଟୱର୍କ ରେ ଦେଖିପାରିବେ । ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଆପଣ ଡିସନୀ ହଟ୍ ଷ୍ଟାର୍ ରେ ଦେଖିପାରିବେ । ଏହି ବିଶ୍ୱକପ୍ ରେ ଚଳିତ ଥର ୮ଟି ଟିମ୍ ଖେଳିବେ । ସମସ୍ତଙ୍କୁ ୭-୭ ମୁକାବିଲା ଖେଳିବାକୁ ପଡ଼ିବ । ଟୁର୍ଣ୍ଣାମେଣ୍ଟ୍ ର ଆରମ୍ଭରେ ୱେଷ୍ଟଇଣ୍ଡିଜ୍ ଦଳ, ନ୍ୟୁଜିଲ୍ୟାଣ୍ଡ୍ ଦଳ ବିରୋଧରେ ବିଜୟ ହାସଲ କରିଥିଲା । ପରବର୍ତ୍ତୀ ମ୍ୟାଚ୍ ଶନିବାର ଦିନ ହୋଇଥିଲା ଯେଉଁଥିରେ ସାଉଥ୍ ଆଫ୍ରିକା, ବାଂଲାଦେଶକୁ ମାତ୍ ଦେଇଛି ।

Get real time updates directly on you device, subscribe now.