fbpx
BJD SKY
BJD SKY

ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ ? ବନ୍ଧୁମାନଙ୍କୁ ଜେରା କରିବ ଥାଇଲାଣ୍ଡ ପୋଲିସ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ ଓ୍ଵର୍ଣ୍ଣଙ୍କ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ସେ ଥାଇଲାଣ୍ଡରେ ଛୁଟି ମନାଉଥିବା ବେଳେ ତାଙ୍କ ପ୍ରକୋଷ୍ଠରୁ ମୃତଦେହ ମିଳିଥିଲା। ପ୍ରାରମ୍ଭିକ ରିପୋର୍ଟରେ ସେନ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ହୃଦଘାତ କାରଣରୁ ଘଟିଥିବା ଜଣା ପଡିଛି। ତେବେ ତାଙ୍କର ଅପ୍ରତ୍ୟାଶିତ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି।

ଥାଇଲାଣ୍ଡର କୋହ ସମୁଇରେ ଓ୍ଵର୍ଣ୍ଣ ନିଜର ବନ୍ଧୁଙ୍କ ସହ ଛୁଟି ମନାଉଥିଲେ। ଓ୍ଵର୍ଣ୍ଣଙ୍କ ମ୍ୟାନେଜମେଣ୍ଟଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଅନୁଯାୟୀ, ଓ୍ଵର୍ଣ୍ଣ ନିଜ କଠୋରୀରେ ଅଚେତ ଅବସ୍ଥାରେ ପଡିଥିଲେ। ଶତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ତେବେ ଥାଇଲାଣ୍ଡ ପୋଲିସ ଓ୍ଵର୍ଣ୍ଣଙ୍କ ମୃତ୍ୟୁ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଏଥିପାଇଁ ଥାଇଲାଣ୍ଡ ପୋଲିସ ଓ୍ଵର୍ଣ୍ଣଙ୍କ ସେହି ତିନି ଜଣ ବନ୍ଧୁଙ୍କୁ ପଚରା ଉଚୁରା କରିବ, ଯେଉଁମାନେ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ।

 

ଥାଇଲାଣ୍ଡରେ ଛୁଟି ମନାଇବାର ଶୁକ୍ରବାର ଥିଲା ଦ୍ଵିତୀୟ ଦିନ। ଏହି ଦିନରେ ହିଁ ଓ୍ଵର୍ଣ୍ଣଙ୍କ ଅକାଳ ବିୟୋଗ ଘଟିଛି। ଏହାର ୨୪ ଘଣ୍ଟା ପୂର୍ବରୁ ସେନ ଓ୍ଵର୍ଣ୍ଣ ନିଜର ଇନଷ୍ଟଗ୍ରାମ ଆକାଉଣ୍ଟରେ ରହୁଥିବା ଭିଲ୍ଲାର ଫଟୋ ସେୟାର କରିଥିଲେ। ଓ୍ଵର୍ଣ୍ଣଙ୍କ ପରଲୋକରେ ପୂରା କ୍ରିକେଟ୍ ଜଗତ ସ୍ତବ୍ଧ ହୋଇ ପଡିଛି।
କ୍ରିକେଟ୍ ଜଗତ ଶୋକରେ ବୁଡି ରହିଛି। ଓ୍ଵର୍ଣ୍ଣଙ୍କ ଶେଷ କୃତ୍ୟୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଶନିବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଘୋଷଣା କରିଛନ୍ତି। କେବଳ କ୍ରିକେଟ୍ ଜଗତ ନୁହେଁ ଅଷ୍ଟ୍ରେଲିଆ ପାଇଁ ଏକ ବଡ ଝଟକା ବୋଲି ମରିସନ କହିଛନ୍ତି।

 

Get real time updates directly on you device, subscribe now.