fbpx
BSKY
BJD MC SKY
BJD YOUTH SKY

୭୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ଫସି ରହିଛନ୍ତି ଜଣେ ଶ୍ରମିକ; ଜାରି ରହିଛି ଉଦ୍ଧାର କାର୍ଯ୍ୟକ୍ରମ

ଓଡିଶା ଭାସ୍କର; ୭୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌ରେ ଫସି ରହିଛନ୍ତି ଜଣେ ଶ୍ରମିକ । ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ବର୍ତ୍ତମାନ ଯାଏଁ ବି ଶ୍ରମିକ ଜଣକ ସେହି ବୋର୍‌ୱେଲ୍‌ରେ ଭିତରେ ଫସିରହିଛନ୍ତି । ଯାହାକୁ ନେଇ ପ୍ରସାଶନ ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ଧାର କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ଫସି ରହିଥିବା ଶ୍ରମିକଙ୍କ ନାମ ସୁରେଶ ବୋଲି ଜଣାପଡିଛି ।

ଦିଲ୍ଲୀ-କାତ୍ରା ଏକ୍ସ୍‌ପ୍ରେସ୍‌ୱେ ପ୍ରକଳ୍ପ ପାଇଁ ‘ପିଲାର୍‌’ ଉଠାଇବା ପାଇଁ ଏହି ବୋର୍‌ୱେଲ୍‌ ଖୋଳା ଯାଉଛି । ଶନିବାର ସନ୍ଧ୍ୟାରେ ବୋର୍‌ୱେଲ୍‌ ଭିତରେ ଲାଖି ଯାଇଥିବା ବୋରିଙ୍ଗ୍‌ ମେସିନ୍‌ର କିଛି ଅଂଶକୁ ବାହାର କରିବା ଲାଗି ସୁରେଶ ଓ ଅନ୍ୟ ଶ୍ରମିକମାନେ ଉକ୍ତ ବୋର୍‌ୱେଲ୍‌ ଭିତରେ ପଶିଥିଲେ। ଅନ୍ୟ ଶ୍ରମିକମାନେ ବାହାରକୁ ପଳାଇ ଆସିବାକୁ ସମର୍ଥ ହୋଇଥିବା ବେଳେ ସୁରେଶଙ୍କ ଉପରେ ହଠାତ ବାଲି ପଡିଯାଇଥିଲା । ଯେଉଁ କାରଣରୁ ସୁରେଶ ବାହାରକୁ ବାହାରିବାରେ ସକ୍ଷମ ହୋଇ ପାରିନଥିଲେ । ସୁରେଶ ୭୦ ଫୁଟ୍‌ ଗଭୀର ବୋର୍‌ୱେଲ୍‌ ଭିତରେ ଫସି ରହିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି । ଶ୍ରମିକ ସୁରେଶଙ୍କୁ ଉଦ୍ଧାର କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଜାତୀୟ ବିପର୍ୟ୍ୟୟ ପ୍ରଶମନ ବଳ ଅଭିଯାନ ଜାରି ରଖିଛନ୍ତି ।

Get real time updates directly on you device, subscribe now.