fbpx

ବିଶ୍ୱକପ ପାଇଁ Retirementରୁ ଫେରିବେ ଚମ୍ପିଆନ ଖେଳାଳି: Captain ନିଜେ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆରମ୍ଭ ହୋଇସାରିଛି ଦଳ ଘୋଷଣା କାର୍ଯ୍ୟକ୍ରମ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଦଳ ଘୋଷଣା କରିବା ପାଇଁ କୁହାଯାଇଛି । ଏହାପରେ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ଏହାକୁ ପରିବର୍ତ୍ତନ କରାଯାଇ ପାରିବ । ତେବେ ଏହା ମଧ୍ୟରେ ଜଣେ ଷ୍ଟାର ଖେଳାଳି ଅବସରରୁ କମବ୍ୟାକ କରିପାରନ୍ତି ବୋଲି ଆଲୋଚନା ହେଉଛି । ନିଜେ ଦଳର ଅଧିନାୟକ ତାଙ୍କୁ ପୁଣିଥରେ ବିଶ୍ୱକପ ଖେଳିବା ପାଇଁ ନିମନ୍ତ୍ରଣ କରିବେ ବୋଲି କଥା ଦେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପୂର୍ବ ଚମ୍ପିଆନ୍ ଦଳର କୋଚ୍ ।

ପୂର୍ବତନ ବିଶ୍ୱ ଚମ୍ପିଆନ ଇଂଲଣ୍ଡ ଦଳର କୋଚ୍ ମାଥ୍ୟୁ ମୋଡ କହିଛନ୍ତି ଯେ, ଦିନିକିଆ ଦଳରୁ ଅବସର ନେଇ ସାରିଥିବା ବେନ୍ ଷ୍ଟୋକ୍ସ ପୁଣିଥରେ ବିଶ୍ୱକପରେ କମବ୍ୟାକ କରିପାରନ୍ତି । ଏ ନେଇ ଦିନିକିଆ ଟିମର ଅଧିନାୟକ ଜୋସ ବଟଲର ଷ୍ଟୋକ୍ସଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମାଥ୍ୟୁ କହିଛନ୍ତି ଯେ, ‘ଜୋସ୍ ନିଜ ତରଫରୁ ଷ୍ଟୋକ୍ସଙ୍କ ସହ ଆଲୋଚନା କରିବେ । ତେବେ ବେନ୍ ଷ୍ଟୋକ୍ସ ଏଥିପାଇଁ ଆଗ୍ରହୀ କି ନୁହେଁ, ତାହା ଦେଖିବା ବାକି ରହିଛି । ଷ୍ଟୋକ୍ସଙ୍କ ନିଷ୍ପତ୍ତି ଆମକୁ ଜଣା ନାହିଁ, କିନ୍ତୁ ଆଶା କରୁଛୁ ତାଙ୍କୁ ପୁଣିଥରେ ଦିନିକିଆ ବିଶ୍ୱକପ ଖେଳିବାର ଦେଖିପାରିବୁ ।’

ଏହାବ୍ୟତୀତ କିଛି ଦିନରୁ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ଡ଼ିଥିବା ଜୋଫ୍ରା ଆର୍ଚର ମଧ୍ୟ ବର୍ତ୍ତମାନ ଫିଟ୍ ହୋଇଛନ୍ତି । ତେଣୁ ଆଗାମୀ ବିଶ୍ୱକପରେ ସେ ଇଂଲଣ୍ଡ ଦଳରେ ସାମିଲ ହୋଇ ପାରନ୍ତି । କୋଚ୍ କହିଛନ୍ତି ଯେ, ଆମେ ତାଙ୍କ କମବ୍ୟାକକୁ ନେଇ ଯୋଜନା କରୁଛୁ । ତେଣୁ ସେ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ସୂଚନା ଥାଉ କି, ଆସନ୍ତା ମଙ୍ଗଳବାର ଇଂଲଣ୍ଡ ବିଶ୍ୱକପ ପାଇଁ ନିଜର ୧୮ ଜଣିଆ ଦଳ ଘୋଷଣା କରିବ ।

ବିଶ୍ୱକପ ପାଇଁ ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜୋସ ବଟଲର(ଅଧିନାୟକ), ଜାସନ ରୟ, ଜନି ବେୟାରଷ୍ଟୋ, ମୋଇନ ଅଲୀ, ସାମ କରନ୍, ଆଲେକ୍ସ ହେଲ୍ସ, ଲିୟାମ ଲିଭିଙ୍ଗଷ୍ଟୋନ, ଆଦିଲ ରସିଦ୍, ମାର୍କ ଉଡ୍, ଡାଭିଡ ମଲାନ୍, ଟାଇମଲ ମିଲ୍ସ, ହେରୀ ବ୍ରୁକ, ରିସେ ଟୋପଲୀ, କ୍ରିସ ୱକ୍ସ

କମବ୍ୟାକ ଖେଳାଳି: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ।

Get real time updates directly on you device, subscribe now.