fbpx

ପିଲାର କୋଳରେ ଥିଲା ଏକ ବଡ ଟେଡି ବିୟର, ପୋଲିସ ଯାଞ୍ଚ ସମୟରେ ଫାଡି ଦେବାରୁ ଯାହା ବାହାରିଲା ଜାଣିଲେ ଉଡିଯିବ ହୋସ

ଛାପ୍ରା: ବିହାରରେ ପୁରା ମଦ ବନ୍ଦ । କିନ୍ତୁ ମଦ ଚୋରା ବେପାରୀମାନେ ଏପରି ସବୁ ରାସ୍ତା ଖୋଜି ବାହାର କରୁଛନ୍ତି ଯାହାଦ୍ୱାରା ସହଜରେ ମଦ ବେପାର ହୋଇପାରିବ । କେତେବେଳେ ସିମଲା ଲଙ୍କାରେ ତ ଆଉ କେତେବେଳେ ହେଲମେଟ୍ ଭିତରେ ପୁଣି କେତେବେଳେ ଅଟୋରିକ୍ସା ଓ ବୋଲେରୋ ଗାଡି ଛାତରେ ମଦ ଲୁଚାଇ ମଦ ଚୋରା ବେପାର କରୁଛନ୍ତି ।ବହୁ ସମୟରେ ବାଇକର ପେଟ୍ରୋଲ ଟାଙ୍କିରେ ଗୁପ୍ତ ବାକ୍ସ ତିଆରି କରି ମଦ ବେପାର ବି କରୁଛନ୍ତି ।

କିନ୍ତୁ ଏବେ ଏହି ଚୋରା ମଦ ବେପାରୀ ଛୋଟ ପିଲାଙ୍କୁ ବି ନିଜର ଏହି କାର୍ଯ୍ୟରେ ସାମିଲ କରିବାକୁ ପଛାଇ ନାହାନ୍ତି । ଏହି କ୍ରମରେ ସାରଣ ଜିଲ୍ଲା ଉତ୍ତରପ୍ରଦେଶ ସୀମାରେ ଅବସ୍ଥିତ ମାଞ୍ଝି ମଦ୍ୟ ନିଷେଧ ଓ ଉତ୍ପାଦ ଚେକପୋଷ୍ଟରେ ଯାଞ୍ଚ ସମୟରେ ଉତ୍ତରପ୍ରଦେଶର ଯାତ୍ରୀଙ୍କୁ ଧରି ଆସୁଥିବା ଏକ ଗାଡିର ଯାଞ୍ଚ ସମୟରେ ୭ରୁ ୮ ବର୍ଷର ନାବାଳିକାର କୋଳରେ ଏକ ବଡ ଟେଡି ବିୟର ଖେଳନା ନଜର ଆସିଥିଲା ।

ଯେତେବେଳେ ଯାଞ୍ଚ କର୍ମୀମାନେ ଏହି ଟେଡି ବିୟରକୁ ଉଠାଇଥିଲେ ସେତେବେଳେ ଏହା ବହୁତ ଭାରି ଲାଗିଥିଲା । ଏହାପରେ ସେମାନେ ଏହାକୁ ହ୍ୟାଣ୍ଡହେଲ୍ଡ ସ୍କାନରରେ ଯାଞ୍ଚ କରିଥିଲେ । ଏହାପରେ ଏଥିରେ କିଛି ଆପତ୍ତିଜନକ ସାମଗ୍ରୀ ଥିବାର ଅନୁମାନ କରି ଏହାକୁ ପଛରୁ ଖୋଲିଥିଲେ । ଏଥିରୁ ସେମାନେ ଯାହା ପାଇଥିଲେ ତାହା ଜାଣିଲେ ଆପଣ ବି ବିସ୍ମୟ ହୋଇଯିବେ । ଏଥିରେ ଇଂରାଜୀ ମଦର ବହୁ ଟେଟ୍ରା ପ୍ୟାକ ଭରି ହୋଇ ରହିଥିଲା ।

ତେବେ ଟେଡି ବିୟର ମଧ୍ୟରେ ମଦ ଲୁଚାଇ ଚୋରା ବେପାର କରିବାର ଏହା ହେଉଛି ପ୍ରଥମ ମାମଲା । ଏହାଠାରୁ ଆହୁରି ଏକ ବଡ କଥା ହେଉଛି ମଦ ବେପାରୀ ଚାଚା ନିଜର ନୀରିହ ଛୋଟ ଝିଆରୀ ହାତରେ ଏହି ଟେଡିକୁ ଧରାଇ ଦେଇଥିଲା ଯେପରିକି କାହାର ସନ୍ଦେହ ହେବ ନାହିଁ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଚାଚାକୁ ଗିରଫ କରିବା ସହ ନାବାଳିକାକୁ ତାର ପରିଜନଙ୍କ ହାତରେ ସମର୍ପଣ କରିଛି ।

 

 

Get real time updates directly on you device, subscribe now.