fbpx
BSKY
BJD MC SKY
BJD MS SKY

(Video) ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଭାଙ୍ଗିଦେଲା Maggie: ସ୍ୱାମୀ ବିରକ୍ତ ହୋଇ ନେଲା ଏଭଳି ନିଷ୍ପତି…

ବର୍ତ୍ତମାନ ସମୟରେ ଚଟପଟା ଖାଇବା ପାଇଁ ବେଶୀ ପସନ୍ଦ କରୁଛନ୍ତି ଲୋକେ । ଖୁବ କମ୍ ପ୍ରସ୍ତୁତ ହୋଇ ଯାଉଥିବା ଆଇଟମ ମ୍ୟାଗିର ଚାହିଦା ଖୁବ ଅଧିକ । କାର୍ଯ୍ୟକ୍ଷେତ୍ର ବା ପିଲାମାନେ ସ୍କୁଲକୁ ଯିବା ବେଳେ ବିଳମ୍ବ ମ୍ୟାଗି କରି ଖାଇ ଦେଇଥାନ୍ତି । ବର୍ତ୍ତମାନ ସମୟରେ ଏହା ସବୁଠାରୁ ଲୋକପ୍ରିୟ ଫାଷ୍ଟଫୁଡ । କିନ୍ତୁ ଏହି ମ୍ୟାଗି ପାଇଁ ଆଜି ଭାଙ୍ଗି ଯାଇଛି ଏକ ହସଖୁସିର ବିବାହ ସମ୍ପର୍କ । ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଛି ମ୍ୟାଗି । ଏହି ମ୍ୟାଗି ପାଇଁ ହିଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଡିଭୋର୍ସ । ସ୍ୱାମୀକୁ ସବୁବେଳେ ମ୍ୟାଗି ଖାଇବାକୁ ଦେଉଥିଲା ସ୍ତ୍ରୀ । ଆଉ ମ୍ୟାଗି ଖାଇ ଖାଇ ସ୍ତ୍ରୀ ଉପରେ ବିରକ୍ତ ହୋଇ ସ୍ୱାମୀ ନେଲା ଏଭଳି କିଛି ନିଷ୍ପତ୍ତି । ଯାହା ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ…

ଆପଣ ମାନେ ଅନେକ ସମୟରେ ଶୁଣିଥିବେ ବିଭିନ୍ନ ପାରିବାରିକ ଘଟଣାକୁ କେନ୍ଦ୍ରକରି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ପ୍ରାୟ ଅନେକ ଜାଗାରେ ସେହି ସବୁ ସମସ୍ୟାରେ ଛନ୍ଦି ହୋଇପଡନ୍ତି ଏବଂ ସେମାନଙ୍କ ସମ୍ପର୍କରେ ଅତିଷ୍ଠ ହୋଇପଡନ୍ତି ବୋଲି ସେମାନେ ଶେଷରେ ଛାଡପତ୍ର ଦିଅନ୍ତି । କିନ୍ତୁ ସାମାନ୍ୟ ମ୍ୟାଗି ପାଇଁ ଦମ୍ପତ୍ତିଙ୍କ ମଧ୍ୟରେ ଛାଡପତ୍ର ହେବା ଘଟଣା ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ , ସାମାନ୍ୟ କାରଣ ହେତୁ ଦମ୍ପତ୍ତି ମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା କିଛି ନୂଆ କଥା ନୁହେଁ। କିନ୍ତୁ, ସାମାନ୍ୟ ମ୍ୟାଗି ଖାଇବା ପାଇଁ ଏକ ଦମ୍ପତ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ । ସ୍ତ୍ରୀ ଦିନକୁ ତିନି ବେଳା ମ୍ୟାଗି ଖାଇବା ପାଇଁ ଦେଉଥିବାରୁ ସ୍ୱାମୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ମହୀଶୂର ସହରରେ ଏଭଳି ଏକ ଘଟଣା ଘଟିଯାଇଛି।

ସ୍ୱାମୀ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀ ତାଙ୍କୁ ବ୍ରେକଫାଷ୍ଟ, ଲଞ୍ଚ ଏବଂ ଡିନର ସବୁଥିରେ କେବଳ ମ୍ୟାଗି ନୁଡ଼ଲ୍ସ ଖାଇବା ପାଇଁ ଦେଉଥିଲେ। ଅନ୍ୟ କିଛି ଖାଇବା ତିଆରି କରି ଆସେନାହିଁ ବୋଲି ସଫେଇ ଦେଉଥିଲେ ପତ୍ନୀ। ପ୍ରତିଦିନ ମ୍ୟାଗି ଖାଉଥିବା ହେତୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ତେଣୁ, ବ୍ୟକ୍ତି ଜଣକ ସ୍ତ୍ରୀ ଠାରୁ ଛାଡ଼ପତ୍ର ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଜଜ୍‌ ଏମ୍‌ଏଲ୍‌ ରଘୁନାଥ ଶୁକ୍ରବାର ଏହି କେସ୍‌ର ଶୁଣାଣି କରିଥିବା ବେଳେ ଆପୋଷ ବୁଝାମଣାରେ ଉଭୟଙ୍କର ଛାଡ଼ପତ୍ର ହୋଇଛି। ଜଜ୍ ରଘୁନାଥଙ୍କ କହିବା ଅନୁଯାୟୀ ସେ ଉଭୟଙ୍କ ମଧ୍ୟରେ ଝଗଡ଼ାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରିନଥିଲେ। ତେବେ, ମ୍ୟାଗି ପାଇଁ ଛାଡ଼ପାତ୍ର ହେବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Get real time updates directly on you device, subscribe now.