fbpx

ଧାମରା ମାଛଧରା ବନ୍ଦରରେ ଅଘଟଣ; ବୋଟରୁ ଖସି ଧୀବର ନିଖୋଜ

ଓଡିଶା ଭାସ୍କର; ଭଦ୍ରକ ଧାମରା ମାଛଧରା ବନ୍ଦରରେ ଦେଖିବାକୁ ମିଳିଛି ଏକ ଅଘଟଣ । ବୋଟରୁ ଖସି ଜଣେ ଧୀବର ନିଖୋଜ ହୋଇଯାଇଥିବା ସୂଚନା ରହିଛି । ନିଖୋଜ ଯୁବକ ଜଣକଙ୍କ ନାମ ବିଜୟ ନାୟକ ବୋଲି ଜଣା ପଡିଛି । କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମରେ ନିଖୋଜ ବିଜୟଙ୍କ ଘର ।

ସୂଚନାରୁ ପ୍ରକାଶ ଯେ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା । ରବିବାର ଅପରାହ୍ନ ୨ଟା ସମୟରେ ଧୀବର ଜଣକ ବୋଟରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ । ନଦୀରେ ଅତ୍ୟଧିକ ସ୍ରୋତ ଥିବାରୁ ସେ କେଉଁଆଡେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ନଦୀ ମଧ୍ୟରେ ମେରାଇନ ପୁଲିସ ପକ୍ଷରୁ ଖୋଜାଖୋଜି କରିଥିଲେ ମଧ୍ୟ ଧୀବରଙ୍କ ପତ୍ତା ମିଳି ନଥିବା ଜଣାପଡ଼ିଛି । ବୋର୍ଟ ମାଲିକଙ୍କ ନାମ ସପନ ସିଟ୍ ବୋଲି ଖବର ମିଳିଛି ।

Get real time updates directly on you device, subscribe now.