fbpx

ଦେଶର ଅଛି ଏଭଳି ସହର, ଯେଉଁଠି ଶ୍ରମିକଙ୍କୁ ମିଳୁଛି ହୀରା । ନିମିଷକେ ପାଲଟୁଛନ୍ତି କୋଟିପତି

ଭାରତରେ ଏଭଳି ଏକ ସହର ଅଛି, ଯେଉଁଠି ଶ୍ରମିକଙ୍କୁ ମିଳୁଛି ହୀରା । ଏଠାରେ ନିମିଷକ ମଧ୍ୟରେ ଶ୍ରମିକ ମାନେ ପାଲଟୁଛନ୍ତି କୋଟିପତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ଦେଖିବାକୁ ମିଳିଛି । ହୀରାର ସହର ପନ୍ନାରେ ଲଗାତାର ଭାବେ ଶ୍ରମିକମାନେ କୋଟିପତି ହେବାରେ ଲାଗିଛନ୍ତି ଓ ସେମାନଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହେଉଛି । ଏହି କ୍ରମରେ ହୀରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ହୋଇଥିବା ନିଲାମରେ ଆଉ ୨ ଜଣ ଶ୍ରମିକଙ୍କ ହୀରା କୋଟି କୋଟି ଟଙ୍କାରେ ବିକ୍ରି ହୋଇଛି ।

ତେବେ ଦୁନିଆରେ ହୀରା ପାଇଁ ବିଖ୍ୟାତ ପିନ୍ନାରେ ଶ୍ରମିକମାନଙ୍କୁ ହୀରା ମିଳୁଛି । ଶ୍ରମିକମାନଙ୍କୁ ଯେଉଁ ହୀରା ମିଳେ ତାହାକୁ ନିଲାମ କରାଯାଏ ଏବଂ ନିଲାମ ଅର୍ଥର ୧୨% ସେମାନେ ସରକାରଙ୍କୁ ଟିକସ ବାବଦରେ ଦେଇଥାନ୍ତି। ଏହି କ୍ରମ​‌ରେ ପନ୍ନା ଜିଲାର ୨ ଜଣ ଶ୍ରମିକ ଖନନ ସମୟରେ କିଛି ହୀରା ପାଇଥିଲେ। ନିକଟରେ ଅନୁଷ୍ଠିତ ହୀରା ନିଲାମରେ ୩୧୬ କ୍ୟାରେଟ୍ସ ଓଜନର ହୀରା ରଖାଯାଇଥିଲା । ଏଥିରେ ୧୮୭.୧ କ୍ୟାରେଟ୍‌ ଓଜନର ହୀରା ୨ କୋଟି ୪୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ସେଥିମଧ୍ୟରୁ ଜଣେ ଶ୍ରମିକଙ୍କ ହୀରା ୧ କୋଟି ୧୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲାବେଳେ ଅନ୍ୟ ଜଣେ ଶ୍ରମିକଙ୍କ ହୀରା ୭୨ ଲକ୍ଷ ୬୧ ହଜାର ଟଙ୍କାରେ ନିଲାମ ହୋଇଛି । ପନ୍ନାରେ ହୋଇଥିବା ଏହି ନିଲାମରେ ମୁମ୍ବଇ, ସୁରଟ୍‌, ଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନର ୫୦ରୁ ଅଧିକ ହୀରା ବ୍ୟବସାୟୀ ଭାଗ ନେଇଥିଲେ ।

Get real time updates directly on you device, subscribe now.