fbpx
BJD
BJD SKY
BJD SKY

ବିଶ୍ୱ ଅଥ୍‌ଲେଟିକ୍ ଚାମ୍ପିଅନସିପ୍ ୨୦୨୩: ଫାଇନାଲରେ ନୀରଜଙ୍କ ସହିତ ଲଢିବେ ଓଡ଼ିଆ ପୁଅ କିଶୋର ଜେନା

ନୂଆଦିଲ୍ଲୀ: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ ଚାମ୍ପିଅନସିପ୍ ୨୦୨୩ରେ ଦମଦାର୍ ପ୍ରଦର୍ଶନ କରିଛନ୍ତି ଭାରତର ଆଥ୍‌ଲେଟ୍‌। ଶୁକ୍ରବାର ଅନୁିଷ୍ଠିତ ଜାଭେଲିନ୍ ଥ୍ରୋ କ୍ୱାଲିଫିକେସନ୍ ମ୍ୟାଚ୍‌ରେ ପ୍ରଥମେ ନୀରଜ ଚୋପ୍ରା ୮୮.୭୭ ମିଟର ଲମ୍ବା ଜଭେଲିନ ଫିଙ୍ଗି ଫାଇନାଲକୁ ଉନ୍ନିତ ହୋଇଥିଲେ, ଏହା ସହିତ ସେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।

Neeraj Chopra

ନୀରଜଙ୍କ ବ୍ୟତିତ ଅନ୍ୟ ଦୁଇ ଭାରତୀୟ ଜବେଲିନ୍ ଫିଙ୍ଗାଳି ମନୁ ଡି.ପି ଏବଂ ଓଡ଼ିଶାର କିଶୋର ଜେନା ମଧ୍ୟ ଫାଇନାଲକୁ ଉନ୍ନିତ ହୋଇଥିଲେ । ଦୁହେଁ ଯଥାକ୍ରମେ ୮୧.୩୩ ମିଟର ଏବଂ ୮୦.୫୫ ମିଟର ଫିଙ୍ଗିଥିଲେ । ପଡ଼ୋଶୀ ପାକିସ୍ତାନ ଆଥ୍‌ଲେଟ୍ ଅର୍ଶଦ ନଦୀମ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଅର୍ଶଦ ୮୬.୭୯ ମିଟର ଫିଙ୍ଗି ନୀରଜଙ୍କ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.