ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତା; ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲା ଭାରତ

ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତା । ପୁରୁଷ 400 ମିଟର ଦୌଡ଼ ଫାଇନାଲରେ ବାଜି ମାରିଲା ଭାରତ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲେ ଭାରତୀୟ ।

ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯାଇଥିଲା। ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ପୁରୁଷ 400 ମିଟର ଦୌଡ଼ ଫାଇନାଲରେ ବାଜି ମାରିଲା ଭାରତ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କଲେ ଭାରତୀୟ ।

ଏହି ପ୍ରତିଯୋଗିତାର ଆୟୋଜନ ଆଥଲେଟିକ୍ସ ଫେଡ଼େରେସନ ଅଫ ଇଣ୍ଡିଆ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ କରାଯାଉଛି। ପ୍ରତିଯୋଗିତାରେ ୧୮ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରାୟ ୧୭ଟି ଦେଶରୁ ୧୬୦ଜଣ କ୍ରୀଡ଼ାବିତ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରତରୁ ୯୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରୁ ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଲାଲୁପ୍ରସାଦ ଭୋଇ ଓ ପ୍ରଜ୍ଞା ସାହୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।