fbpx

କ୍ୟାମେରାରେ ନଜର ଆସିଲା ଦୁନିଆର ସବୁଠାରୁ ବଡ ଜୀବ

ଅଷ୍ଟ୍ରେଲିଆର ସିଡନୀ ସହରର ସମୁଦ୍ର ତଟରେ ଦୁନିଆର ସବୁଠାରୁ ବଡ ଜୀବର ଫଟୋ କ୍ୟାମେରାରେ କଏଦ ହୋଇଛି । ଏହାର ଲମ୍ବ ୮୨ ଫୁଟ ହୋଇଥିବା ବେଳେ ଓଜନ ୧ ଲକ୍ଷ କିଲେଗ୍ରାମ ରହିଛି ।

ଡେଲି ଷ୍ଟାରର ଖବର ମୁତାବକ, ଦୁନିଆର ଏହି ବୃହତ ଜୀବର ନାମ ହେଉଛି ବ୍ଲୁ ହ୍ୱେଲ । ଏହାର ଫଟୋ ବହୁତ କ୍ୱଚିତ୍ ଦେଖିବାକୁ ମିଳିଥାଏ । ଜଣେ ଇନଷ୍ଟାଗ୍ରାମ ୟୁର୍ଜର ଏହି ଫଟୋକୁ ଅଗଷ୍ଟ ୧୮ରେ ଅପଲୋଡ କରିଥିଲା, ଯାହାର ଭିଡିଓ ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବ୍ଲୁ ହ୍ୱେଲର ଏହି ଭିଡିଓଟି ଆକାଶରୁ ରେକର୍ଡ କରାଯାଇଛି ।

ତେବେ ବ୍ଲୁ ହ୍ୱେଲ ସମୁଦ୍ର ତଟରୁ ବହୁ ଦୂରରେ ବାସ କରନ୍ତି । ସେମାନଙ୍କର ରହିବାର ଜାଗା ବହୁତ କମ୍ ଲୋକ ଜାଣିଥାନ୍ତି । ସେମାନେ ପ୍ରାୟ ୩୬ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଖାଇଥାନ୍ତି ।

Get real time updates directly on you device, subscribe now.