fbpx

ଆଜି ହେଉଛି ବିଶ୍ୱ ବାଇସାଇକେଲ ଦିବସ; ସର୍ବୋତ୍ତମ ପରିବହନର ମାଧ୍ୟମ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ପରିବହନ ବ୍ୟବସ୍ଥାରେ ଅନେକ ଆଧୁନିକତା ଆସିଯାଇଛି । ସମୟର ପରିବର୍ତ୍ତନ ସହିତ ଲୋକମାନେ ଖାପ ଖୁଆଇ ଅନେକ ପ୍ରକାରର ନୁତନ ଗାଡିମଟର ତଥା ମେସିନ୍ ଚାଳିତ ଯାନବାହାନର ବ୍ୟବହାର କରୁଛନ୍ତି । ହେଲେ ସର୍ବୋପରେ ଦୁଇ ଚକିଆଯାନ ବାଇସାଇକେଲ୍ ର ମହତ୍ତ୍ୱ ହିଁ କିଛି ନିଆରା । କାରଣ ଏହା ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ପରିବେଶକୁ ମଧ୍ୟ ଅନୁକୂଳ ରଖିବାରେ ସହାୟତା କରିଥାଏ । ସାଧାରଣରେ କହିବାକୁ ଗଲେ ପରିବହନର ଉତ୍କୃଷ୍ଟ ମାଧ୍ୟମ ହେଉଛି ବାଇସାଇକେଲ୍ । ସରଳ, ସୁଗମ ଏବଂ ଭରସାଯୋଗ୍ୟ ପରିବହନ କହିଲେ ମଧ୍ୟ ବାଇସାଇକେଲକୁ ହିଁ ବୁଝାଏ । କାରଣ ଏହା ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପାଇଁ ଅର୍ଥାତ୍ ସବୁ ପ୍ରକାରର ବୟସ ବର୍ଗର ଲୋକଙ୍କ ପାଇଁ ଏହା ଉଦ୍ଧିଷ୍ଟ । ବାଇସାଇକେଲର ନିୟମିତ ବ୍ୟବହାର ଦ୍ୱାରା ଡାଇବେଟିସ୍ ରେ ପୀଡିତ ଲୋକଙ୍କ ଶରୀର ଫିଟ୍ ରହିଥାଏ । ଏଥିସହ ଯୁବବର୍ଗଙ୍କ ପାଇଁ ମଧ୍ୟ ଏହା ବେଶ୍ ଉପଯୋଗୀ । ଗତବର୍ଷ ଠାରୁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲୋକମାନଙ୍କୁ ସଚେତନତା ଦୃଷ୍ଟିରୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି ଏବଂ ବାହାରକୁ ଆସିବା ସମୟରେ ବାଇସାଇକେଲ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ବିଶେଷଜ୍ଞ ମାନେ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି ।

୨୦୧୮ ମସିହାରେ ଜାତି ସଂଘର ସାଧାରଣ ପରିଷଦ ଏହି ଦିବସକୁ ପାଳନ କରିବାକୁ ସ୍ୱୀକୃତି ଦେଇଥିଲେ । ତେବେ ଏହି ଦିବସର ପାଳନ ପାଇଁ ପ୍ରଥମେ ଲେସ୍ ଜେକ୍ ସାଇବିଲସକି ଉଦ୍ୟମ ଆରମ୍ଭ କରିଥିଲେ । ପରେ ପରେ ଏହାର ସମର୍ଥନରେ ତୁର୍କମେନିସ୍ତାନ ଏବଂ ଅନ୍ୟ ଛପନଟି ରାଷ୍ଟ୍ର ଆଗକୁ ଆସିଥିଲେ । ଏହି ଦିବସର ଲକ୍ଷ୍ୟ ହେଲା ବାଇସାଇକେଲ୍ ସମସ୍ତ ମଣିଷଙ୍କର ଏବଂ ସମସ୍ତ ମଣିଷଙ୍କ ପାଇଁ । ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ତର୍ଗତ ମିଚିଗାନ୍ ର ଏକ ରାଜ ରାସ୍ତାରେ ବାଇସାଇକେଲକୁ ଛାଡି ଦେଲେ ଆଉ କୌଣସି ଯାନ ଚଳାଇବା ସମ୍ପୂର୍ଣ୍ଣ ନିଷିଦ୍ଧ । ଇତିହାସର ପୃଷ୍ଠାରେ ମଧ୍ୟ ବାଇସାଇକେଲ୍ ନିଜ ସ୍ଥାନ ସୃଷ୍ଟି କରିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନୀ ସୈନିକମାନେ ବାଇସାଇକେଲ୍ ଚଢ଼ି ସାରା ମାଲେସିୟା ଅଧିକାର କରିଥିଲେ । ନେଦରଲ୍ୟାଣ୍ଡରେ ମଣିଷ ତୁଳନାରେ ବାଇସାଇକେଲ୍ ର ସଂଖ୍ୟା ଅଧିକ । ଏଠାରେ ୫୦ କୋଟିରୁ ଅଧିକ ବାଇସାଇକେଲ୍ ରହିଛି । ସେହିପରି ବାଇସାଇକେଲ୍ ଉତ୍ପାଦନରେ ଚୀନ ବିଶ୍ୱରେ ସବୁଠାରୁ ପ୍ରଥମ । ସାରା ବିଶ୍ୱରେ ୬୬ ପ୍ରତିଶତ ବାଇସାଇକେଲ୍ ଚୀନରେ ଉତ୍ପାଦନ ହୁଏ । ସେହିପରି ପ୍ରତିବର୍ଷ ୧୦୦ ମିଲିୟନ୍ ସାଇକେଲ୍ ର ନିର୍ମାଣ ହୁଏ । କାର୍ ତୁଳନାରେ ବାଇସାଇକେଲ୍ ର ରକ୍ଷଣାବେକ୍ଷଣ ୩୦ ଗୁଶ ଶସ୍ତା ହୋଇଥାଏ ଏବଂ ଏଥିରେ ଅନେକ ଫାଇଦା ମଧ୍ୟ ରହିଛି ।
ହେଲେ ସବୁଠାରୁ ଦୁଃଖର କଥା ଯେ, କାର୍, ବାଇକ୍ ତୁଳନାରେ ସାଇକେଲ୍ ର ଉତ୍ପାଦନର ମାତ୍ରା କମିବାରେ ଲାଗିଛି । ଲୋକମାନେ ଆଧୁନିକତାକୁ ଆପଣାଇବା

ଆଧାରରେ ସାଇକେଲର ବ୍ୟବହାରକୁ କମାଇବାରେ ଲାଗିଛନ୍ତି । ବିଜ୍ଞାନ କୁହେ ଯେ, ଯଦି ଆପଣ ପ୍ରତିଦିନ ସାଇକେଲ୍ ଚଲାଉଛନ୍ତି ତେବେ ଆପଣ ନିଜ ଆୟୁଷକୁ ଆହୁରି ୧୪ ମାସ ପର୍ଯ୍ୟନ୍ତ ବଢ଼ାଇ ପାରିବେ । ହୃଦରୋଗୀ ମାନେ ପ୍ରତିଦିନ ସାଇକେଲ୍ ଚଳାଇବା ଦ୍ୱାରା ସୁସ୍ଥ ଏବଂ ଆକ୍ଟିଭ୍ ରୁହନ୍ତି । ୧୫ କିମିରୁ ଅଧିକ ଯାତ୍ରା କ୍ଷେତ୍ରରେ ସାଇକେଲ୍ କୁ ବ୍ୟବହାର କରାଯାଇନଥାଏ ।

Get real time updates directly on you device, subscribe now.